Sunday , June 20 2021
Home / ତାଜା ଖବର / କଟକରେ ମାତିଛି ସାଇକୋ କିଲର – ୨ ଦିନରେ ଗଲାଣି ୩ ଜୀବନ

କଟକରେ ମାତିଛି ସାଇକୋ କିଲର – ୨ ଦିନରେ ଗଲାଣି ୩ ଜୀବନ

କଟକ, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- କଟକରେ ମାତିଛି ସାଇକୋ କିଲର । ୨ ଦିନରେ ଗଲାଣି ୩ ଜଣଙ୍କ ଜୀବନ । ପ୍ରଥମେ ଗୋଟିଏ ମୃତ ଦେହ ରାଣିହାଟ ନିକଟରୁ ଉଦ୍ଧାର କରାଯାଇଥିବାବେଳେ ଆଉ ୨ ଟି ଓଏମପି ପୋଲ ତଳୁ ଉଦ୍ଧାର କରାଯାଇଛି । ତନ୍ମଧ୍ୟରୁ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା , ହେଲେ ତାଙ୍କର ମୃତ୍ୟୁ ହୋଇଛି । ସମସ୍ତ ଙ୍କ ର ବେକ କଟାଯାଇ ହତ୍ୟା କରାଯାଇଛି । ବିଶେଷ କରି ଯେଉଁମାନେ ଘର ଦ୍ୱାର ନଥିବାରୁ ବାହାରେ ଶୋଇଛନ୍ତି, ସେହିମାନେ ହିଁ ସମ୍ପୃକ୍ତ ସାଇକୋ କିଲର ର ନଜରରେ ପଡ଼ିଛନ୍ତି । ସେଥିପାଇଁ ଘର ନଥିବା ଲୋକମାନେ ଚାହିଁ ଲେ ପୋଲିସ ଜଗୁଆଳିରେ ଗୋଟିଏ ସ୍ଥାନରେ ସମସ୍ତଙ୍କୁ ରାତ୍ରିିଯାପନ ବ୍ୟବସ୍ଥା କରାଯିବ ବୋଲି ପୋଲିସ୍ କମିଶନର କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *