Saturday , July 31 2021
Breaking News
Home / ବିଶେଷ / କଟକଣା ନ ଥିବାରୁ ଗ୍ରାମାଂଚଳରେ ସଂକ୍ରମଣ ବଢିବା ଆଶଙ୍କା 

କଟକଣା ନ ଥିବାରୁ ଗ୍ରାମାଂଚଳରେ ସଂକ୍ରମଣ ବଢିବା ଆଶଙ୍କା 

ଗରଦପୁର, ୦୪/୦୫/୨୦୨୧(ଓଡ଼ିଶା ସମାଚାର)-କଟକଣା ରହୁ ନ ଥିବାରୁ ଗ୍ରାମାଂଚଳରେ କୋଭିଡ୍ ସଂକ୍ରମଣ ବଢିବାର ଆଶଙ୍କା ପ୍ରକାଶ ପାଉଛି । ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡା ଜିଲାରେ କରୋନା ସଂକ୍ରମଣ କମ୍ ରହିଛି । କିନ୍ତୁ ଗତ କିଛି ଦିନ ହେଲା ଦେଖାଯାଉଛି ଯେ, ବାହାର ରାଜ୍ୟରେ ରହି କାମ କରୁଥିବା କେତେକ ଶ୍ରମଜୀବିମାନେ କରୋନା କଟକଣା ଯୋଗୁଁ ସେମାନେ ନିଜ ନିଜ ଘରକୁ ଫେରି ଆସୁଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ସଂକ୍ରମିତ ଜିଲାରେ ରହୁଥିବା ଲୋକମାନେ ମଧ୍ୟ ନିଜ ଘରକୁ ଫେରି ଆସୁଛନ୍ତି । ଯେଉଁ ଲୋକମାନେ ଘରକୁ ଫେରି ଆସୁଛନ୍ତି ସେମାନେ କୋଭିଡ୍ ପରୀକ୍ଷା କରୁ ନାହାଁନ୍ତି ,କିମ୍ବା ଘରେ ସଙ୍ଗରୋଧରେ ମଧ୍ୟ ରହୁ ନାହାଁନ୍ତି । ଖୋଲା ଖୋଲି ଭାବରେ ବଜାର,ହାଟ,ଛକସ୍ଥାନ ଆଦିରେ ବୁଲାବୁଲି କରୁଛନ୍ତି । ତେଣୁ ବାହାର ଜିଲା ବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ୍ ପରୀକ୍ଷା କରାଇବା ଓ ସେମାନଙ୍କୁ ସଙ୍ଗରୋଧରେ ରଖାଯିବା ଆଦିକୁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜିବୀ ମହଲରୁ ଦାବି ହେଉଛି । ଅନ୍ୟ ପକ୍ଷରେ ବାହାରୁ  ଆସୁଥିବା ପ୍ରବାସୀମାନେ ଗ୍ରାମର ଗୋଟିଏ ନଳକୂପକୁ ବ୍ୟବହାର କରିବା,ଗୋଟିଏ ପୋଖରୀରେ ଗାଧୋଇବା,ସାମାଜିକ ଦୂରତ୍ୱ ନ ରଖିବା ଓ ଗ୍ରାମାଂଚଳରେ ହେଉଥିବା କେତେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଭଳି ଦେଖାଯାଉଛି । ଫଳରେ କରୋନା ସଂକ୍ରମଣ ବଢିବାର ଆଶଙ୍କା ପ୍ରକାଶ ପାଉଛି । ଏପରିସ୍ଥଳେ ପ୍ରଶାସନ ହେଉ କିମ୍ବା ସ୍ଥାନୀୟ ଲୋକପ୍ରତିନିଧିମାନେ ପୂର୍ବ ବର୍ଷ ପରି ଧ୍ୟାନ ଦେଉ ନାହାଁନ୍ତି । ଜନଗହଳି ରହୁଥିବା ଛକସ୍ଥାନମାନଙ୍କରେ ପୁଲିସ କଟକଣା ମଧ୍ୟ କରାଯାଉ ନ ଥିବାର ଦେଖାଯାଉଛି ।  ପ୍ରଶାସନ ଗ୍ରାମାଂଚଳ ପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି କରାଯାଉଛି ।  ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *