Monday , June 14 2021
Breaking News
Home / ବିଶେଷ / କକ୍ଷତ୍ୟାଗ ଓ ହଟ୍ଟଗୋଳ ମଧ୍ୟରେ ଅନୁସୂଚିତଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ପାରିତ

କକ୍ଷତ୍ୟାଗ ଓ ହଟ୍ଟଗୋଳ ମଧ୍ୟରେ ଅନୁସୂଚିତଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-କଂଗ୍ରେସ ଦଳର କକ୍ଷତ୍ୟାଗ ଏବଂବିଜେପି ଦଳର ହଟ୍ଟଗୋଳ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ଆଗତ ହେବା ସହ ଆଲୋଚନା ମଧ୍ୟ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା୨୦୧୯-୨୦ ବାର୍ଷିକ ବର୍ଷ ପାଇଁ ୩୬୨୪କୋଟି ୮୩ଲକ୍ଷ ୭୧ହଜାର କୋଟି ଟଙ୍କା ଗୃହର ଅନୁମୋଦନ ପାଇଁ ଆଗତ କରିଥିଲେ । ଏହି ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ଶାସକ ଦଳର ତିନିଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଆଲୋଚନାର ଉତରଦେଇ ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ଯେ,ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାବଦରେ୧୫୮୨ କୋଟି ୪୯ ଲକ୍ଷ ୭୩ ହଜାରଟଙ୍କା, କେନ୍ଦ୍ର ସ୍ତରୀୟ କାର୍ଯ୍ୟକ୍ରମ ବାବଦରେ ୧୬୫ କୋଟି ୧୩ଲକ୍ଷ୭୩ ହଜାର ଟଙ୍କା ଓ କେନ୍ଦ୍ରୀୟ ପ୍ରବର୍ତିତ କାର୍ଯ୍ୟକ୍ରମ ବାବଦରେ ୧୧୨୩ କୋଟି ୫୪ ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟବରାଦ କରାଯାଇଅଛି । ଏହିପରି ମୋଟ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୨୮୭୧କୋଟି ୧୭ ଲକ୍ଷ ୯୮ ହଜାର ଟଙ୍କାରବ୍ୟୟ ବରାଦ କରାଯାଇଅଛି । ପ୍ରଶାସନିକ ବ୍ୟୟ ବାବଦରେ ୭୫୩ କୋଟି ୬୫ଲକ୍ଷ ୭୩ ହଜାର ଟଙ୍କାର ବ୍ୟୟ ବରାଦକରାଯାଇଅଛି । ମୋଟ ବଜେଟ୍ ପରିମାଣ କାର୍ଯ୍ୟକ୍ରମ ବ୍ୟୟ ଓ ପ୍ରଶାସନିକ ବ୍ୟୟକୁ ମିଶାଇ ୩୬୨୪ କୋଟି ୮୩ଲକ୍ଷ ୭୧ହଜାର ଟଙ୍କା ଗୃହର ଅନୁମୋଦନ ଲାଭକରିଛି । ଯୋଜନା ଖର୍ଚ୍ଚ ଅଟକଳ ମଧ୍ୟରୁଅନୁସୂଚିତ ଜନଜାତିମାନଙ୍କ ଉନ୍ନୟନନିମନ୍ତେ ୧୭୩୪ କୋଟି ୮୬ ଲକ୍ଷ୩୩ ହଜାର ଟଙ୍କା, ଅନୁସୂଚିତଜାତିମାନଙ୍କ ଉନ୍ନୟନ ନିମନ୍ତେ ୮୯୩କୋଟି ୬୯ ଲକ୍ଷ ୫୯ ହଜାର ଟଙ୍କା,ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ଉନ୍ନୟନନିମନ୍ତେ ୮୯୩ କୋଟି ୬୯ ଲକ୍ଷ ୫୯ହଜାର ଟଙ୍କା, ଅନ୍ୟାନ୍ୟ ପଛୁଆବର୍ଗମାନଙ୍କ ଉନ୍ନୟନ ନିମନ୍ତେ ୧୨୭କୋଟି ୧୨ଲକ୍ଷ ୬୩ହଜାର ଟଙ୍କା ଏବଂସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉନ୍ନୟନ ନିମନ୍ତେ୧୧୫ କୋଟି ୪୯ଲକ୍ଷ ୪୩ହଜାରଟଙ୍କାର ଖର୍ଚ୍ଚ ଧାର୍ଯ୍ୟ କରାଯାଇଅଛି ।ଏହିପରି ଭାବରେ ମୋଟ କାର୍ଯ୍ୟକ୍ରମବ୍ୟୟ ୨୮୭୧ କୋଟି ୧୭ଲକ୍ଷ ୯୮ହଜାର ଟଙ୍କା, ପ୍ରଶାସିନିକ ବ୍ୟୟ ୭୫୩କୋଟି ୬୫ଲକ୍ଷ ୭୩ ହଜାର ଟଙ୍କା ଓ ନିର୍ଦ୍ଦେଶିତ ରାଶି ୧୫ ହଜାର ଟଙ୍କାକୁମିଶାଇ ସର୍ବମୋଟ ବାର୍ଷିକ ବଜେଟ ୩୭୨୪ କୋଟି ୮୩ଲକ୍ଷ ୮୬ ହଜାର ଟଙ୍କା ଅଟେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *