Thursday , June 24 2021
Breaking News
Home / ବିଶେଷ / କଂଟିଲୋ ରିଜର୍ଭ ଜଙ୍ଗଲ ଓ ଇକୋ ସେନସେିଟିଭ ଜୋନରେ ଅପେରା ପାର୍ଟିର ଯାତ୍ରା ପରିବେଷଣ ଅନୁମତି ବାତିଲ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

କଂଟିଲୋ ରିଜର୍ଭ ଜଙ୍ଗଲ ଓ ଇକୋ ସେନସେିଟିଭ ଜୋନରେ ଅପେରା ପାର୍ଟିର ଯାତ୍ରା ପରିବେଷଣ ଅନୁମତି ବାତିଲ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ଓଡିଶା ଆଦ୍ରଭୂମି ସୁରକ୍ଷା ଅଭିଯାନ ପକ୍ଷରୁ ସୋମବାର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ମହାକାଳପଡା ତହସିଲ ଅନ୍ତର୍ଗତ କଂଟିଲୋ ସଂରକ୍ଷିତ ଜଙ୍ଗଲ ଓ ଇକୋ ସେନସିଟିଭ ଜୋନ ଅଚଂଳରେ ଏକ ଅପେରା ପାର୍ଟିକୁ ଯାତ୍ରା ପରିବେଷଣ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ଅନୁମତି ପତ୍ରକୁ ବାତିଲ କରାଯିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ମହାକାଳପଡା ତହସିଲ ଅନ୍ତର୍ଗତ ଜଗତଯୋରଠାରେ ଅପେରା ପାର୍ଟିକୁ ଯାତ୍ରା ପରିବେଷଣ ନିମନ୍ତେ ଦିଆଯାଇଥିବା ଅନୁମତି ପତ୍ର ସମ୍ପୂର୍ଣ୍ଣ ବେଆଇନ ଅଟେ । କାରଣ ଜଗତଯୋର ସ୍ଥାନଟି କଂଟିଲୋ ସଂରକ୍ଷିତ ଜଙ୍ଗଲ ଓ ଜୈବ ସମ୍ବେଦନଶୀଳ ମଣ୍ଡଳ ଅନ୍ତର୍ଭୁକ୍ତ ଅଟେ । ୧୩୯.୪୦ ହେକ୍ଟର ବିଶିଷ୍ଟ କଂଟିଲୋ ଆଦ୍ରଭୂମିକୁ ସରକାର ରାଜସ୍ୱ ବିଭାଗର ନୋଟିଫିକେସନ ନମ୍ବର ପିଏସ-୨୮୦/୭୭୦୪୬ ତା ୩୧.୧୦.୧୯୭୭ ମସିହା ଦ୍ୱାରା ସଂରକ୍ଷିତ ଲୁଣା ଜଙ୍ଗଲ ଭାବେ ଘୋଷଣା କରିଛନ୍ତି । ଏହି ଅଚଂଳ ହରିଣ,ବାରହା,ଲୁପ୍ତ ପ୍ରାୟ ଦେଶୀୟ ପକ୍ଷୀ ଓ ବିଦେଶା ଗତ ପକ୍ଷୀଙ୍କ ବାସସ୍ଥଳି ଭାବେ ବିବେଚିତ । ସୂଚନା ଯୋଗ୍ୟ ଯେ ଜଗତେଯାର ବଜାରଟି ମଧ୍ୟ ସମ୍ପୂର୍ଣ୍ଣ ଜଙ୍ଗଲ ଜମି ଉପରେ ପ୍ରତିଷ୍ଠିତ ହୋଇଛି । ପ୍ରତିବର୍ଷ କଂଟିଲୋ ସଂରକ୍ଷିତ ଜଙ୍ଗଲକୁ  କଟାଯାଇ ବଜାର ସଂପ୍ରସାରିତ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।  ଏଥିପାଇଁ କିଛି ଜଙ୍ଗଲ ଜମି ମାଫିଆଙ୍କ ଦ୍ୱାରା ଏକ ବଜାର କମିଟି ଗଠନ କରାଯାଇଛି । ଏହି ବଜାର କମିଟି ସଂରକ୍ଷିତ ଜଙ୍ଗଲରୁ ଗଛ ହାଣି ଛୋଟ ଛୋଟ ପ୍ଲଟିଂ କରି ନୂଆ ନୂଆ ବ୍ୟବସାୟୀମାନଙ୍କୁ ବିକ୍ରୀ କରୁଛନ୍ତି । ଏଭଳି ପରିସ୍ଥିତିରେ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଅପେରା ପାର୍ଟିକୁ ଯାତ୍ରା ପରିବେଷଣ ପାଇଁ ପ୍ରଦାନ କରାଯାଇଥରବା ଅନୁମତି ପତ୍ର ପରିବେଶ ସୁରକ୍ଷା ଆଇନ ୧୯୮୬,ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨କୁ ବିରୁଦ୍ଧାଚରଣ କରୁଥିବାରୁ  ତାହାକୁ ତୁରନ୍ତ ବାତିଲ କରାଯିବାକୁ ଓଡିଶା ଆଦ୍ରଭୂମି ସୁରକ୍ଷା ଅଭିଯାନ ପକ୍ଷରୁ ରାଜ୍ୟ ଆବାହକ ରଞ୍ଜନ କୁମାର ଦାସ,ପ୍ରମୋଦ ଚନ୍ଦ୍ର ସ୍ୱାଇଁ,ନଗେନ୍ଦ୍ର ଜେନା ପ୍ରମୁଖ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *