Monday , June 21 2021
Breaking News
Home / ନିର୍ବାଚନ / କଂଗ୍ରେସ ପ୍ରାର୍ଥୀଙ୍କୁ ଜନସାଧାରଣଙ୍କ ଆର୍ଥିକ ସହାୟତା

କଂଗ୍ରେସ ପ୍ରାର୍ଥୀଙ୍କୁ ଜନସାଧାରଣଙ୍କ ଆର୍ଥିକ ସହାୟତା

ଭୁବନେଶ୍ୱର,୨୯/୦୯/୨୦୧୯ (ଓଡ଼ିଶା ସମାଚାର)- ବିଜେପୁର ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏଆଇସିସି ଆର୍ଥିକ ସହାୟତା ଦେଉନଥିବାରୁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଜନସାଧାରଣଙ୍କୁ ଏଥିପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ଜନସାଧାରଣଙ୍କ ପକ୍ଷରୁ ପ୍ରଥମେ ୧୦ ହଜାର ଟଙ୍କା ମିଳିଥିବା ବେଳେ ପରେ ୭୫ ହଜାର ଟଙ୍କା ମିଳିବାର ଆଶା ରହିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ରୀତା ସାହୁଙ୍କ ପ୍ରାର୍ଥିତ୍ୱ ନେଇ ପ୍ରଶ୍ନ ହେବାରେ ସେ କହିଥିଲେ ଯେ, ନବୀନ ବାବୁ ଆଉ କେତେ ଦିନ ଜନସାଧାରଣଙ୍କୁ ପ୍ରତାରିତ କରିବେ, ଲୋକେ ତାହାର ବିଚାର କରିବେ । ସବୁବେଳେ ସହାନୁଭୂତି କାର୍ଯ୍ୟ କରେ ନାହିଁ ବୋଲି ସେ କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଋାହୁଳ ଙ୍କ ଜନ୍ମ ଦିନରେ ମାସ୍କ ବଂଟନ 

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ କଂଗ୍ରେସର ପ୍ରାକ୍ତନ ସଭାପତି ରାହୁଳ ଗାନ୍ଧିଙ୍କ ୫୧ତମ ଜନ୍ମ ତିଥି ଆଜି ପାଳନ …

Leave a Reply

Your email address will not be published. Required fields are marked *