Saturday , June 19 2021
Breaking News
Home / ତାଜା ଖବର / ଓଡ଼ିଶା ର ଯାତ୍ରିବାହୀ ବସ ଆନ୍ଧ୍ର ରେ ଦୁର୍ଘଟଣାଗ୍ରସ୍ତ୍ – ଜଣେ ମୃତ- ୫ ଗୁରୁତର ଆହତ

ଓଡ଼ିଶା ର ଯାତ୍ରିବାହୀ ବସ ଆନ୍ଧ୍ର ରେ ଦୁର୍ଘଟଣାଗ୍ରସ୍ତ୍ – ଜଣେ ମୃତ- ୫ ଗୁରୁତର ଆହତ

ନବରଙ୍ଗପୁର,୧୫/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରରୁ ନବରଙ୍ଗପୁର ଆସୁଥିବା ତ୍ରିପାଠୀ ନାମକ ଏକ ଯାତ୍ରୀବାହୀ ବସ୍ ଆନ୍ଧ୍ରର ଷୋମପେଟା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କିଛି ଯାତ୍ରୀଙ୍କୁ ନେଇ ତ୍ରିପାଠୀ ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ନବରଙ୍ଗପୁର ଆସୁଥିଲା । କିନ୍ତୁ ଆନ୍ଧ୍ରର ଷୋମପଟୋ ନିକଟରେ ଜାତୀୟ ରାଜପଥରେ ଏକ ଟ୍ରକକୁ ପଛ ପିଟି ଦେଇଥିଲା ଏହି ବସ୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ବସ ର କର୍ମଚାରୀ (ହେଲପର) ବୋଲି ଜଣାପଡ଼ିଛି । ଖବର ପାଇ ସ୍ଥାନୀୟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଦୁର୍ଘଟଣା ରେ ବସ୍ ଟି ଭାଙ୍ଗି ଚୁରମାର ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *