Thursday , June 24 2021
Breaking News
Home / ବିଶେଷ / ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

                             ୩ଦିନରେ ଉଚ୍ଚସ୍ତରୀୟ ବୈଠକ

 ଭୁବନେଶ୍, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ସଭାପତି ଶ୍ରୀ ସୁବାସ ସିଂହଙ୍କ ନେତୃତ୍ରେ ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ବିଦ୍ୟୁତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଯଥା- ବିଭାଗରେ ଦୁର୍ଘଟଣା ଜନିତ ମୃତ୍ୟୁରେ ସ୍ତନ୍ତ୍ର ଆର୍ôଥକ ସହାୟତା ସହିତ ଥଇଥାନ ବ୍ୟବସ୍ଥା କରିବା, ଠିକା ଓ ଚୁକ୍ତିଭିତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା, ପ୍ରଶାସନିକ ଓ ବୈଷୟିକ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ଥିବା ଦରମାର ତାରତମ୍ୟକୁ ଦୂର କରିବା, ବକେୟା ଦରମାର ଶତପ୍ରତିଶତ ପୈଠ କରିବା, ଓପିଟିସିଏଲ ରେ ଜେଏମ ଓଟି ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କର ୩ବର୍ଷ ତାଲିମ ସମୟ ପରେ ସେମାନଙ୍କୁ କୁଶଳୀ ଶ୍ରମିକ ହିସାବରେ ବେତନ ଦେବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ କର୍ମଚାରୀମାନଙ୍କ ସମସ୍ୟା ସଂପର୍କିତ ଏକ ସ୍ମାରକପତ୍ର ମାନ୍ୟବର ମନ୍ତ୍ରୀଙ୍କୁ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା । ଆଗାମୀ ୩ଦିନ ମଧ୍ୟରେ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ମାନ୍ୟବର ମନ୍ତ୍ରୀ ଭେଟିଥିବା ପ୍ରତିନିଧି ଦଳଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସଂପାଦକ ଅମର ଜୁମର ପ୍ରତାପ ସିଂହ, ସାଂଗଠନିକ ସଂପାଦକ ବିଜୟ କୁମାର ଭୁଜବଳ, ସଂପାଦକ କୁମାର ଜିତେନ୍ଦ୍ର ବିଶ୍ାଳ, ମନୋରଞ୍ଜନ ବିଶ୍ାଳ ଓ ଦେବବ୍ରତ ରାଉଳ, ଜ୍ଞାନ ରଞ୍ଜନ ବାରିକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

 

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *