Thursday , June 17 2021
Breaking News
Home / ବିଶେଷ / ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ କର୍ମଚାରୀଙ୍କ ଦ୍ୱାରା ଋଣ ଆଦାୟ ରାଲି

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ କର୍ମଚାରୀଙ୍କ ଦ୍ୱାରା ଋଣ ଆଦାୟ ରାଲି

ନିରାକାରପୁର,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ,ନିରାକାରପୁର, ନରଣଗଡ଼ ଶାଖା କର୍ମଚାରୀମାନଙ୍କ ଦ୍ୱାରା ଋଣ ପରିଶୋଧ କରିବା ପାଇଁ ଏକ ସଚେତନତା ରାଲି କରାଯାଇଛି । କର୍ମଚାରୀମାନେ ବାଇକରେ ଫ୍ଲାକାର୍ଡ଼ ଲଗାଇ ଗାଁ ଗାଁ ବୁଲି ଠିକ ସମୟରେ ଋଣ ପରିଶୋଧ କରିବା ସହ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏକ କାଳୀନ ଋଣ ପରିଶୋଧ କରିବା ସୁବିଧା ନେବା ପାଇଁ ଋଣ ନେଇଥିବା ଗ୍ରାହକମାନଙ୍କୁ ବୁଝାଇଥିଲେ । ଆଜି ରାଲି ନିରାକାରପୁର, ଜଙ୍କିଆ, ଓଳସିଂହ, ନରଣଗଡ଼ ପ୍ରମୁଖ ଗ୍ରାମ ପରିକ୍ରମା କରିଥିଲା । ଆଜିର ରାଲିରେ ଆଂଚଳିକ ଶାଖା ସହ ପ୍ରବନ୍ଧକ ଦେବାଶିଷ ମିଶ୍ର, ଅଧିକାରୀ ସମୀର ନାୟକ, ବସନ୍ତ ସାହୁ, ବିଜୟ କୁମାର ପଟ୍ଟନାୟକ, ଭବାନୀ ଶଙ୍କର ବେହେରା ପ୍ରମୁଖଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *