Saturday , June 19 2021
Breaking News
Home / ବିଶେଷ / ଓଡ଼ିଶା ଗଠନରେ ବିକ୍ରମଦେବଙ୍କ ଅବଦାନ ଅବିସ୍ମରଣୀୟ

ଓଡ଼ିଶା ଗଠନରେ ବିକ୍ରମଦେବଙ୍କ ଅବଦାନ ଅବିସ୍ମରଣୀୟ

         ବିକ୍ରମଦେବ ବର୍ମାଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବ

କଟକ, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ସମୃଦ୍ଧ ଓଡ଼ିଶା ପ୍ରଦେଶ ଗଠନରେ ଜୟପୁର ମହାରାଜା ସାରସ୍ୱତ ସାଧକ ବିକ୍ରମଦେବ ବର୍ମାଙ୍କ ଅବଦାନ ଅବିସ୍ମରଣୀୟ । ଓଡ଼ିଆ ଭାଷାର ସୁରକ୍ଷା, ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସାହିତ୍ୟ-ସଂସ୍କୃତିର ସୁରକ୍ଷାରେ ଶ୍ରୀ ବର୍ମା ଓଡ଼ିଶାର ଉପାନ୍ତ ଅଂଚଳରେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ତାଙ୍କ ଅବଦାନକୁ ଏ ଜାତି ସର୍ବଦା ସ୍ମରଣ କରିବା ଉଚିତ୍ ବୋଲି ଉକ୍ରଳ ସାହିତ୍ୟ ସମାଜ ଅନୁକୂଲ୍ୟରେ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବିକ୍ରମଦେବ ବର୍ମାଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ଉଦ୍ଘାଟକ ରୂପେ ଯୋଗଦେଇ ଓଡ଼ିଆ ପର୍ଯ୍ୟଟନ ଓ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଉକ୍ରଳ ସାହିତ୍ୟ ସମାଜର ସଭାପତି ଡ. ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିକ୍ରମଦେବ ବର୍ମାଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ବିକ୍ରମଦେବ ବର୍ମାଙ୍କ ସାହିତ୍ୟ ଓ ସଂସ୍କୃତି ପ୍ରୀତି ଅନନ୍ୟ ଓ ଅସାଧାରଣ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗଦେଇ ଓଡ଼ିଆ ଭାଷା, ଭୂମି ଓ ସ୍ୱତନ୍ତ୍ର ପ୍ରଦେଶ

ଗଠନ ପାଇଁ ହୋଇଥିବା ଆନ୍ଦୋଳନରେ ବିକ୍ରମଦେବ ବର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଐତିହାସିକ ଡ. କୈଳାଶ ଚନ୍ଦ୍ର ଦାଶ ଯୋଗଦେଇ କହିଥିଲେ ବିକ୍ରମ ଦେବବର୍ମା ଥିଲେ ଦାନବୀର । ସେ ଓଡ଼ିଆ ଭାଷାର ସୁରକ୍ଷା, ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସାହିତ୍ୟ-ସଂସ୍କୃତିର ପୃଷ୍ଠପୋଷକ ଭାବେ ଯେଉଁ ଦାୟିତ୍ୱ ନିର୍ବାହ କରିଥିଲେ ବୋଲି ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ହାସ୍ୟବିକାଶ କେନ୍ଦ୍ର ପକ୍ଷରୁ ତରୁଣ କୁମାର ସାହୁ, ଓଡ଼ିଆ ଗୀତିକବି ସମାଜ ପକ୍ଷରୁ ସନ୍ଧ୍ୟା ମିତ୍ର, ଓଡ଼ିଶା ବୁକ୍ ଏମ୍ପୋରିୟମ୍ ପକ୍ଷରୁ ଶିବାଶିଷ କର, ଶିଶୁ-ଲେଖକ ସମ୍ମେଳନ, ଓଡ଼ିଶା ପକ୍ଷରୁ ବ୍ରହ୍ମାନନ୍ଦ ବିଶ୍ୱାଳ, ମଣିମାଣିକ ପକ୍ଷରୁ ଗଜେନ୍ଦ୍ର ପାଣି, ଭିକାରୀ ବଳ ସ୍ମୃତି ସଂସଦ ପକ୍ଷରୁ ଡ. ସୁନାମଣି ରାଉତ, ଲଳିତ ସାହିତ୍ୟ ସଂସଦ ଅଧ୍ୟାପକ ଚିନ୍ମୟ ବେହେରା ସମ୍ବର୍ଦ୍ଧିତ କରିଥିଲେ । ବିକ୍ରମ ଦେବବର୍ମାଙ୍କ ଏହି ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ଜୟପୁରରୁ ସୁବାସ ଚନ୍ଦ୍ର ହୋତା ଓ ପ୍ରୀତିଶ ପଟ୍ଟନାୟକ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ସାଧାରଣ ସମ୍ପାଦକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସୂଚନା ପ୍ରଦାନ କରିଥିଲେ । ଉପସଭାପତି ମନୋଜ ପଟ୍ଟ ନାୟକ ମାନପତ୍ର ପାଠ କରିଥିଲେ । ଶେଷରେ ସଂଗଠନ ସମ୍ପାଦକ ଜୀବନାନନ୍ଦ ଅଧିକାରୀ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *