Wednesday , June 23 2021
Breaking News
Home / ନିର୍ବାଚନ / ଓଡ଼ିଶାର ତିନୋଟି ରାଜ୍ୟସଭା ଉପ ନିର୍ବାଚନ ଜୁଲାଇ ୫ ରେ

ଓଡ଼ିଶାର ତିନୋଟି ରାଜ୍ୟସଭା ଉପ ନିର୍ବାଚନ ଜୁଲାଇ ୫ ରେ

 

ଭୁବନେଶ୍ୱର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଓଡ଼ିଶାର ଖାଲିଥିବା ତିନୋଟି ରାଜ୍ୟସଭା ଉପ ନିର୍ବାଚନ ଆସନ୍ତା ଜୁଲାଇ ୫ ତାରିଖରେ ହେବ । ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୮ ତାରିଖରେ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ଜୁନ ୨୫ ତାରିଖ ନାମାଙ୍କନପତ୍ର ଦାଖଲ ପାଇଁ ଶେଷ ଦିବସ ହୋଇଥିବାବେଳେ ୨୬ ତାରିଖ ନାମାଙ୍କନପତ୍ର ଯାଂଚ ଓ ୨୮ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାର ର ଶେଷ ଦିବସ ରହିଛି ।  ଜୁଲାଇ ୫ ତାରିଖରେ ନିର୍ବାଚନ ଓ ୯ ତାରିଖ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବ ।

ଏଠାରେ ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ ଦେବ ଓ ଅଚ୍ୟୁତ ସାମନ୍ତ ନିର୍ବାଚିତ ହେବା ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ । ଅନୁଭବ ମହାନ୍ତି ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟକାଳ ମାତ୍ର ଅଳ୍ପ କେଇଦିନ ବାକି ଥିବାରୁ ତାହାର ନିର୍ବାଚନ ହେଉନାହିଁ ।  ଓଡ଼ିଶା ସମାଚାର

About admin

Check Also

ପ୍ରକାଶ ପାଇଲା  ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି – ଆଜିଠାରୁ ନାମାଙ୍କନ ଦାଖଲ 

ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ପିପିଲି ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ …

Leave a Reply

Your email address will not be published. Required fields are marked *