Sunday , June 20 2021
Home / ସ୍ୱାସ୍ଥ୍ୟ / ଓଡ଼ିଶାରେ ପହଂଚିଲା କରୋନା ଟୀକା – ୧୬ରୁ ଆରମ୍ଭ ହେବ ଟୀକାକରଣ

ଓଡ଼ିଶାରେ ପହଂଚିଲା କରୋନା ଟୀକା – ୧୬ରୁ ଆରମ୍ଭ ହେବ ଟୀକାକରଣ

ଭୁବନେଶ୍ୱର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- କରୋନା ମହାମାରୀ ସମୟରେରେ ଆସିଛି ସବୁଠାରୁ ବଡ଼ ଖୁସି ଖବର । ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପହଂଚିିଛି କରୋନା ଟିକା ‘କୋଭିସିଲ୍ଡ’ । ଅପରାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଟୀକା ପହଂଚିଛି । ପୁଣେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ୍ ଜେଟ ବିମାନରେ ଟୀକା ଅଣାଯାଇଛି । ଆଜି ଓଡ଼ିଶାରେ ୪ଲକ୍ଷ ୮୦ହଜାର କରୋନା ଟୀକା ପହଂଚିଛି । ପୂର୍ବରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ଭିତରେ ଟୀକା ଗୁଡ଼ିକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଂଟରକୁ ନିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଟୀକା ବିତରଣ କରାଯିବ । ଆଜି ରାତିରୁ ହିଁ ଟୀକାକରଣ କେନ୍ଦ୍ରଗୁଡ଼ିକୁ ‘କୋଭିସିଲ୍ଡ’ କରୋନା ଟୀକା ପଠାଯିବ । ଏହାପରେ ଅର୍ଥାତ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ । ସୋମବାର ଦେଶରରେ କରୋନା ଟୀକାକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଦେଶରେ ଟୀକାକରଣ ପାଇଁ ଚୂଡାନ୍ତ ନିଷ୍ପତି ନିଆଯାଇଥିଲା । ପ୍ରଥମ ପଯ୍ୟାୟରେ ଓଡ଼ିଶାକୁ ୪୦, ୮୦୦ ବୋଟଲରେ ୪ ଲକ୍ଷ ୮ ହଜାର ଡୋଜ ଆସିବା ପାଇଁ ନିଷ୍ପତି ନିଆଯାଇଥିଲା । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ ବୋଲି କୁହାଯାଇଥିଲା । ପୁଣେସ୍ଥିତ ସେରମ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ପ୍ରଥମ ଦଫାରେ ଭାରତ ସରକାର ୧୧ ମିଲିୟନ ଡୋଜ୍ ଟିକା ଆଣିବେ । ସୋମବାର ସନ୍ଧ୍ୟାରେ ସରକାର ଟୀକା ନେବା ପାଇଁ ଅର୍ଡର ଦେଇଥିଲେ । ଏହାପରେ ତିନୋଟି ଟୀକା ଭର୍ତି ଟ୍ରକ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଥିଲା । ଏହି ସମସ୍ତ ଟୀକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ଭାରତ ସରକାର ପକ୍ଷରୁ ଜାନୁୟାରୀ ୧୬ ତାରିଖରୁ ଦେଶରେ ଟୀକାକରଣ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *