Sunday , June 13 2021
Breaking News
Home / ଶିକ୍ଷା / ଓଷ୍ଟା-ଗରଦପୁର ବ୍ଲକ୍ ର ସାମ୍ବିଧାନିକ ସଭା

ଓଷ୍ଟା-ଗରଦପୁର ବ୍ଲକ୍ ର ସାମ୍ବିଧାନିକ ସଭା

ଗରଦପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ସରକାରୀ ଉଚ ବିଦ୍ୟାଳୟ ପରିସରରେ ଆଜି ଶିକ୍ଷକ ସଂଘ ଓଷ୍ଟା-ଗରଦପୁର ବ୍ଲକ୍ ର ସାମ୍ବିଧାନିକ ସଭା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ ଓଷ୍ଟା ର ସଭାପତି ମନୋଜ ରଂଜନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ  ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଓଷ୍ଟା ପ୍ରେମୀ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମ୍ପାଦକ ମଳୟ କୁମାର ପାଣି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଜିଲା ଓଷ୍ଟା ର ଯୁଗ୍ମ ସମ୍ପାଦକ ଅଶୋକ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଏହି ସଭାରେ ଜିଲା ଓଷ୍ଟା ର  ସମ୍ପାଦକ ତପନ କୁମାର ସିଂହ , କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ବେହେରା, ଯୁଗ୍ମ ସମ୍ପାଦକ ପ୍ରଣବ କୁମାରେ ଜେନା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ପରିଶେଷରେ ଆଗାମି ୩ ବର୍ଷ ପାଇଁ ବ୍ଲକ୍ ଓଷ୍ଟା ର କର୍ମକର୍ତା ନିର୍ବାଚନ କରାଯାଇଥିଲା ।  ଏଥିରେ ସଭାପତି ମନୋଜ ରଂଜନ ପଣ୍ଡା,  ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି,  ଉପସଭାପତି ହିରଣ୍ୟମୟୀ ମହାନ୍ତି,  ସମ୍ପାଦକ ମଳୟ କୁମାର ପାଣି , ଯୁଗ୍ମ ସମ୍ପାଦକ ସରୋଜ କାନ୍ତ ମହାନ୍ତି,  ଯୁଗ୍ମ ସମ୍ପାଦକ ଗୋପବନ୍ଧୁ ମିଶ୍ର ନିର୍ବାଚିତ ହୋଇଥିଲେ । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ପ୍ରଭାକର ପରିଡ଼ା,  ନବୀନ ଚନ୍ଦ୍ର ନାୟକ, ଜିଲା କାର୍ଯ୍ୟକାରୀଣି ସଦସ୍ୟ ଭାବରେ ସୁଧାକର ପରିଡ଼ା,  ଗୁରୁପ୍ରସାଦ ନାୟକ, ରୀନାବାଳା ମହାନ୍ତି, ସିଦ୍ଧାର୍ଥ ଶଙ୍କର ନାୟକ ମନୋନୀତ ହୋଇଥିଲେ ।  ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜିଲା ସମ୍ପାଦକ  ଓଷ୍ଟା ର ସମ୍ବିଧାନ ମାନି ଚଳିବା ପାଇଁ ଶପଥ ପାଠ କରାଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *