Sunday , June 20 2021
Home / ବିଶେଷ / ଓରମାସ୍ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ

ଓରମାସ୍ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ

ପାରାଦୀପ ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ଗ୍ରାମୀଣ ମାର୍କେଟିଂ ସୋସାଇଟି(ଓରମାସ୍) ଜଗତସିଂହପୁର ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ୧୦ରୁ ୧୫ ଷ୍ଟଲ ମାଧ୍ୟମରେ ଏକ ଛୋଟ ପ୍ରଦର୍ଶନୀ ପାରାଦୀପର କଳିଙ୍ଗ ବାଲିଯାତ୍ରା ପଡିଆରେ ଆୟୋଜିତ କରିଛି । ଏହା ଫେବୃୟାରୀ ୧୩ରୁ ମାର୍ଚ୍ଚ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଶନିବାର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକମାସ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ଷ୍ଟଲର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର, ପୂର୍ବନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀଙ୍କ ସମେତ ଓରମାସ୍ ର ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଦୀର୍ଘ ଏକ ବର୍ଷ ହେବ କରୋନା ସଂକ୍ରମଣ ମହାମାରୀ କଟକଣା ଯୋଗୁଁ ସାଧାରଣରେ ବାହାରକୁ ଯିବା ଓ ମାର୍କେଟିଂ କରିବା କଷ୍ଟସାଧ୍ୟ ଥିଲା । ଏହି ମହାମାରୀର ପ୍ରକୋପ କମିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁଁ ପାରାଦୀପରେ ପ୍ରଥମ ଥର ପାଇଁ ଏପରି ପ୍ରଦର୍ଶନୀ ଆୟୋଜିତ ହୋଇଥିବାରୁ ଏହାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *