Friday , June 18 2021
Breaking News
Home / ବିଶେଷ / ଓଡିଶାରେ ଲାଗୁ ହେବ ‘ମୋ କଲେଜ’ ଯୋଜନା : ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡିଶାରେ ଲାଗୁ ହେବ ‘ମୋ କଲେଜ’ ଯୋଜନା : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୩୧/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଓଡିଶାରେ ‘ମୋ ସ୍କୁଲ’ ଭଳି ‘ମୋକଲେଜ’ ଯୋଜନା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ୟୁଜିସି ଗାଇଡ ଲାଇନ ଅନୁସାରେ ଅଧ୍ୟାପକ ମାନେ ସପ୍ତାହକୁ ୪୦ ଘଂଟା ଶିକ୍ଷାଦାନ କରିବେ । ଏଡେଡ୍ କଲେଜ ମାନଙ୍କର ଅଧ୍ୟକ୍ଷମାନଙ୍କ ସହ ଆସନ୍ତା ୧ ତାରିଖରେ ବୈଠକ କରାଯିବ । ଉଚ୍ଚଶିକ୍ଷା ସଚିବ କିଛି କଲେଜ ଗସ୍ତରେ ଯାଇଛନ୍ତି । ଆଇନ ମହାବିଦ୍ୟାଳୟ ସଂଖ୍ୟା ବୃଦ୍ଧିଉପରେ ଧ୍ୟାନ ଦେବୁ । ସମସ୍ତ ମହାବିଦ୍ୟାଳୟ ଗୁଡିକୁ ନାକ ମାନ୍ୟତା ଦେବାକୁ ଉଦ୍ୟମ କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ “ସରକାରୀ ଉଚ୍ଚ ଶିକ୍ଷା ପ୍ରଦାନକରୁଥିବା ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ଯୋଗୁଁ ଉଚ୍ଚଶିକ୍ଷା ବିଭାଗରେ ସରକାରୀ ମହାବିଦ୍ୟାଳୟ ମାନଙ୍କ ପ୍ରତି ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ନାହିଁ ”ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ । ମୁଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ବିଜେପିର ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ଓଡିଶାରେ ଉଚ୍ଚଶିକ୍ଷା ଦୁରାବସ୍ଥା ଦେଇ ଗତି କରୁଛି । ଉଚ୍ଚଶିକ୍ଷା ପ୍ରତି ଅବହେଳା କରାଯାଉଛି । ସେଥିପାଇଁ ଆଗାମୀ ପିଢୀମାନେ ଭବିଷ୍ୟତରେ ଗବେଷଣା କରିପାରିବେ ନାହିଁ । ପୂର୍ବରୁ ସର୍ବଶ୍ରେଷ୍ଠ୧୦ଟି ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ରହିଥିଲା । କିନ୍ତୁ ବର୍ତମାନ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟ ଓଡିଶାର ଗୋଟିଏ ହେଲେ ବିଶ୍ୱ ବିଦ୍ୟାଳୟ ନାହିଁ । ଭିତିଭୂମିର ଅଭାବ , ଅଧ୍ୟାପକ ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ଅଭାବଏବଂ ଶିକ୍ଷା ନୀତିରେ ତ୍ରୁଟି ଯୋଗୁଁ ରାଜ୍ୟର ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷାନୁଷ୍ଠାନ ଛାଡି ବେସରକାରୀ ଶିକ୍ଷାନୁଷ୍ଠାନ ମୁହାଁ ହେଉଛନ୍ତି ବୋଲି ବିରୋଧୀ ଦଳ ବିଜେପିର ଉପନେତା ବିଷ୍ଣୁ ଚରଣ ସେଠୀ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ସରକାରୀ ମହାବିଦ୍ୟାଳୟ ମାନଙ୍କରେ ବିଗତ ୩ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି ପାଉଛି । ୨୦୧୬-୧୭ରେ ୨୧,୫୬୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୭-୧୮ରେ ୨୩,୦୦୨ ଜଣ ଏବଂ୨୦୧୮-୧୯ରେ ୨୩,୯୪୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଅନୁନ୍ନତ ଓ ପଛୁଆ ଜିଲ୍ଲା ମାନଙ୍କରେ୧୨ କୋଟି ଟଙ୍କା ବ୍ୟୟରେ ୮ଟିମଡେଲ ଡିଗ୍ରୀ କଲେଜ ସ୍ଥାପନ କରାଯାଇଛି । ଚଳିତ ବର୍ଷ ଆଉ ୬ଟି ସରକାରୀ ମଡେଲ ଡିଗ୍ରୀ କଲେଜ ସ୍ଥାପନ ହେବାକୁ ଯାଉଛି । ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ୪୦ଟି ସରକାରୀ କଲେଜରେ ଲାଙ୍ଗୁଏଜ୍ ଲାବ୍ରୋଟାରୀ ପ୍ରତିଷ୍ଠା କରାଯାଇଛି । ୫୧ଟି କଲେଜରେ ସ୍ମାର୍ଟ କ୍ଲାସ୍ ରୁମ୍ ୪୨ଟିରେ ସ୍ପୋକେନ୍ ଟ୍ୟୁଟୋରିଆଲ , ୨୭ଟି ରେୱାଇଫାଇ ବ୍ୟବସ୍ଥା କରାଯାଇଛି । କଲେଜ ଗୁଡିକରେ ୨୩୦୬ଟି ଶିକ୍ଷକପଦବୀ ସୃଷ୍ଟି କରାଯାଇଛି । ଖାଲିଥିବା ପଦବୀ ଗୁଡିକରେ ୧୨୦ ଜଣ ଅସ୍ଥାୟୀ ଅଧ୍ୟାପକ ଓ ୧୦୬୦ ଅତିଥି ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଛି ।କଲେଜ ଗୁଡିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲୁ ରହିଛି । ତେଣୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କଲେଜ ଗୁଡିକର ଗୁଣାତ୍ମକ ଶିକ୍ଷାର ବିଲୟ ଘଟିବା ଏବଂ ଛାତ୍ରଛାତ୍ରୀମାନେ ସରକାରୀ କଲେଜ ପ୍ରତି ଆକୃଷ୍ଟ ନହେବା କଥା ସତ୍ୟ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ସାହୁ ଗୃହକୁ ଜଣାଇଥିଲେ । ଏହି ମୁଲତବୀ ପ୍ରସ୍ତାବ ଆଲୋଚନାରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର , ବିଧାୟକ ସୁରେଶ ରାଉତରାୟ , ମୁକେଶ ମହାଲିଙ୍ଗ ପ୍ରମୁଖ ସାମିଲ ଥିଲେ । ସେହିପରି ଏସମ୍ପର୍କରେ ଦୃଷ୍ଟିଆକର୍ଷଣକାରୀ ପ୍ରସ୍ତାବ ଆଣିଥିଲେ ଶାସକ ଦଳ ବିଧାୟକ ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ,ସୌଭିକ୍ ବିଶ୍ୱାଳ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *