Tuesday , June 15 2021
Breaking News
Home / ବିଶେଷ / ଓଡିଶାକୁ ୩,୩୩୮ କୋଟି ଟଙ୍କାର ଫୋନି ସହାୟତା ଦେଲା କେନ୍ଦ୍ର

ଓଡିଶାକୁ ୩,୩୩୮ କୋଟି ଟଙ୍କାର ଫୋନି ସହାୟତା ଦେଲା କେନ୍ଦ୍ର

ଭୁବନେଶ୍ୱର ,୨୧/୦୮/୨୦୧୯(ଓଡ଼ିଶା ସମାଚାର)- ଓଡିଶାକୁ ୩୩୩୮.୨୨ କୋଟି ଟଙ୍କାର ‘ଫୋନି’ସହାୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଫୋନି ପରବର୍ତୀ ଥଇଥାନ ପାଇଁ ଏହି ସହାୟତା ଘୋଷଣା କରାଯାଇଛି । ପୂର୍ବରୁ ଫୋନି ପାଇଁ କେନ୍ଦ୍ର ସରକାର ୩୪୦ କୋଟି ଟଙ୍କା ପ୍ରଦାନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଫୋନି କ୍ଷୟକ୍ଷତି ପରିଦର୍ଶନରେ ଆସି ୧ହଜାର କୋଟି ଟଙ୍କା ଘୋଷଣା କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଫୋନି ପାଇଁ ଓଡ଼ିଶାକୁ ୩୩୩୮.୨୨କୋଟି ଟଙ୍କା ଅତିରିକ୍ତ ସହାୟତା ରାଶି ମଞ୍ଜୁର କରାଯାଇଛି । ଏହି ବୈଠଳରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ,କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରୀ ଶ୍ରୀନରେନ୍ଦ୍ର ସିଂ ତୋମାର ତଥା ଗୃହ, ଅର୍ଥ,କୃଷି ଓ ନୀତି ଆୟୋଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତଥିଲେ । ଓଡ଼ିଶାକୁ ଫନି ବାତ୍ୟା ପୂର୍ବରୁଏପ୍ରିଲ ୨୯, ୨୦୧୯ରେ ଏସଡିଆରଏଫ ଅନ୍ତର୍ଗତ ଅଗ୍ରୀମ୩୪୦.୮୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ୬.୫.୨୦୧୯ରେ ଓଡ଼ିଶା ଗସ୍ତ କରିଥିଲେ ଏବଂ ତାଙ୍କ ଘୋଷଣା ଅନୁଯାୟୀ ଆଉ ହଜାର କୋଟିଟଙ୍କା ପ୍ରଦାନ କରାଯାଇଥିଲା । ଏଥିସହିତ ମୃତ ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯାଇଥିଲା ।ଫୋନି ସମୟରେ କେନ୍ଦ୍ର ସରକାର ଓଡ଼ିଶାରେ ରିଲିଫ ଓ ଉଧାର କାର୍ଯ୍ୟଲାଗି ଏନଡିଆରଏଫର ୭୧ଟି ଦଳ,ଭାରତୀୟ ସେନାର ୧୯ ଦଳ, ୯ଇଞ୍ଜିନିରୟରିଂ ଟାସ୍କ ଫୋର୍ସ, ୨୭ଟିବିମାନ (ହେଲିକପ୍ଟର) ଏବଂ ୧୬ଟି ଜାହାଜରେ ସେନାର ଯବାନମାନଙ୍କୁ ପଠାଇଥିଲା । ପ୍ରଭାବିତ ଜିଲ୍ଲାମାନଙ୍କରେ ବିଦ୍ୟୁତ୍ ଯୋଗାଣ ଏବଂ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲା । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *