Sunday , June 13 2021
Breaking News
Home / ଶିକ୍ଷା / ଓଟିଇଟି ପାସ୍ ନକଲେ ମିଳିବନି ଶିକ୍ଷକ ଚାକିରି

ଓଟିଇଟି ପାସ୍ ନକଲେ ମିଳିବନି ଶିକ୍ଷକ ଚାକିରି

ଭୁବନେଶ୍ୱର,୦୨/୦୮/୨୦୧୯ ( ଓଡ଼ିଶା ସମାଚାର)-ଏଣିକି ସରକାରଙ୍କ ଗାଇଡ଼ ଲାଇନ୍ ଅନୁସାରେ ଶିକ୍ଷକ ନିଯୁକ୍ତ କରିବେ ଘରୋଇ ସ୍କୁଲ । ପୂର୍ବ ଭଳି ଆଉ ମନଇଛା ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ କର୍ତୃପକ୍ଷ ନିଯୁକ୍ତ କରିପାରିବେ ନାହିଁ । ଏଥିପାଇଁ ସରକାର ଏକ ମାନଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ସରକାରୀ ସ୍କୁଲ ଭଳି ବେସରକାରୀ ସ୍କୁଲ କ୍ଷେତ୍ରରେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଯୋଗ୍ୟତା ଉପରେ ନଜର ରଖାଯିବ । ନୂଆ ନିୟମ ଅନୁଯାୟୀ, ଓଟିଇଟି ପାସ୍ କରିନଥିବା ବ୍ୟକ୍ତିଙ୍କୁ ଘରୋଇ ସ୍କୁଲ ମାନେ ଚାକିରି ଦେଇ ପାରିବେ ନାହିଁ । ଏଥିପାଇଁ ସରକାର ଏହି ନିୟମକୁ କଡ଼ାକଡ଼ି କରିଛନ୍ତି । ସରକାରୀ ସ୍କଲୁରେ ନଯୁକ୍ତି ପୂର୍ବରୁ ଓଟିଇଟିି (ଓଡ଼ିଶା ଟିଚର୍ସ ଏଲିଜିବୁଲ ଟେଷ୍ଟ୍) ପାସ୍ ବାଧ୍ୟତାମୂଳକ ଲଙ୍କଜ୍ଞର ହୋଇଛି । ଏପରିକି ପୂର୍ବରୁ ରାଜ୍ୟର ସରକାରୀ ସ୍କୁଲରେ ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀ ଓଟିଇଟି ପାସ୍ ନକରି ନିଯୁକ୍ତି ପାଇଥିଲେ ସେମାନଙ୍କୁ ମଧ୍ୟ ଏହି ପରୀକ୍ଷା ଦେଇ ପାସ୍ କରିବା ବାଧ୍ୟତାମୂଳକ ହୋଇଛି । ମାତ୍ର ରାଜ୍ୟର ବିଭିନ୍ନ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ସମୟରେ ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଟିଇଟି କ୍ୱାଲିଫାଏ କରିବାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଏପରିକି ଅନେକ ଘରୋଇ ସ୍କୁଲରେ ମଧ୍ୟ ବିଇଡି ବା ସିଟି ଯୋଗ୍ୟତା ନଥିବା ଶିକ୍ଷକଙ୍କୁ ପଢ଼ାଇବାକୁ ସୁଯୋଗ ମିଳୁଛି । ଫଳରେ ରାଜ୍ୟରେ ଘରୋଇ ସ୍କୁଲଗୁଡିକରେ ଶିକ୍ଷାର ମାନରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ସରକାରୀ ସ୍କୁଲ ଭଳି ରାଜ୍ୟର ସବୁ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲଗୁଡିକରେ ଶିକ୍ଷକ,ଶିକ୍ଷୟିତ୍ରୀ ନିଯୁକ୍ତ ସମୟରେ ଓଟିଇଟିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ରାଜ୍ୟର ସମସ୍ତ ଘରୋଇ ସ୍କୁଲଗୁଡିକରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଯାଂଚ କରିବାକୁ ମଧ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ କେତେ ଶିକ୍ଷକ ଓଟିଇଟି ପାସ କରିଛନ୍ତି ତା’ର ତଥ୍ୟ ମଧ୍ୟ ବିଭାଗକୁ ପ୍ରଦାନ କରାଯିବ । ଯଦି ଘରୋଇ ସ୍କୁଲରେ ଓଟିଇଟି କ୍ୱାଲିଫାଏ କରିନଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଏ ତେବେ ଏନଓସି ପ୍ରଦାନରେ ସମସ୍ୟା ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଘରୋଇ ଅନୁଦାନପ୍ରାପ୍ତ ସ୍କୁଲ ସଂଖ୍ୟା ୫୨୩୫ ଥିବା ବେଳେ ଘରୋଇ ଅଣଅନୁଦାନପ୍ରାପ୍ତ ସ୍କୁଲ ସଂଖ୍ୟା ୩୯୨୬, ସ୍ୱୀକୃତି ପାଇନଥିବା ସ୍କୁଲ ସଂଖ୍ୟା ୩୦୭୨ଟି ରହିଛି । ତେବେ ରାଜ୍ୟରେ ଘରୋଇ ସ୍କୁଲରେ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୬୨ହଜାର ୬୫୦ । ତେବେ ଏହି ଶିକ୍ଷକଙ୍କ ମଧ୍ୟରୁ ପ୍ରାୟ ୪୭ହଜାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସିଟି ଏବଂ ବିଇଡି ଥିବା ବେଳେ ୩୮ହଜାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେବଳ ବିଇଡି ରହିଛି । ପ୍ରାୟ ୮ହଜାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପିଜି ଥିବା ଜଣାପଡ଼ିଛି । ମାତ୍ର ରାଜ୍ୟରେ ଘରୋଇ ସ୍କୁଲରେ ନିଯୁକ୍ତ ହୋଇଥିବା ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ସର୍ବନିମ୍ନ ୧୭ଶହ ଜଣ ଓଟିଇଟି କ୍ୱାଲିଫାଏ କରିଥିବା ରିପୋର୍ଟ ହୋଇଥିବା ବେଳେ ଏହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ଥିବା ୭୪୪୩ଟି ଘରୋଇ ସ୍କୁଲରେ କୌଣସି ଓଟିଇଟି କ୍ୱାଲିଫାଏ କରିନଥିବା ଶିକ୍ଷକ,ଶିକ୍ଷୟିତ୍ରୀ ପଢ଼ାଉଛନ୍ତି । ଫଳରେ ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *