Sunday , June 13 2021
Breaking News
Home / ବିଶେଷ / ଓଏସଆରଟିସିର ଆର୍ଥିକ ପୁନର୍ବିନ୍ୟାସକୁ କ୍ୟାବିନେଟ ର ଅନୁମୋଦନ

ଓଏସଆରଟିସିର ଆର୍ଥିକ ପୁନର୍ବିନ୍ୟାସକୁ କ୍ୟାବିନେଟ ର ଅନୁମୋଦନ

ଭୁବନେଶ୍ୱର , ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସଡ଼କ ପରିବହନ ନିଗମର ଆର୍ଥିକ ପୁନର୍ବିନ୍ୟାସ ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ ରାଜ୍ୟ ସରକାର ଓ ନିଗମ ମଧ୍ୟରେ ଥିବା ପୁରୁଣା ଦେୟ ସବୁଦିନ ପାଇଁ ସମାଧାନ ହୋଇପାରିବ । ନିଗମର ୧୬୯.୯୩ କୋଟି ଟଙ୍କା ଏକକୀକୃତ କ୍ଷତି ଅଂଶଧନ ବାବଦକୁ ପର୍ଯ୍ୟାୟକ୍ରମେ ରୂପାନ୍ତରିତ କରାଯିବ । ଥରେ ଏହି କ୍ଷତି ଭରଣା କରିପାରିଲେ ପରିବହନ ନିଗମ ତାର ଇଚ୍ଛା ମୁତାବକ ଆର୍ଥିକ ଅନୁଷ୍ଠାନ ମାନଙ୍କ ନିକଟକୁ ଆର୍ଥିକ ସହାୟତା ପାଇଁ ଯାଇ ବ୍ୟବସାୟିକ ଦୃଷ୍ଟିକୋଣରୁ ଆରାମ ଦାୟକ ଯାତ୍ରୀ ସେବା ଯୋଗାଇ ଦେଇପାରିବ । ନିଗମ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବହୁ ପୁରୁଣା ଦେୟ ଅସମାହିତ ହୋଇ ପଡ଼ିରହିଛି । ରାଜ୍ୟ ସରକାରଙ୍କ ୭୨.୩ କୋଟି ଟଙ୍କାର ପୁରୁଣା ବକେୟା ଇଳ୍ୟୁଟିକୁ ରୂପାନ୍ତରିତ ହୋଇଛି । ସର୍ବମୋଟ ଇକ୍ୟୁଟିର ପୁଂଜି ୨୪୬.୫୪ କୋଟି ଟଙ୍କାକୁ ବୃଦ୍ଧିହୋଇଛି । ନିଗମର ରାଜ୍ୟ ସରକାରଙ୍କ ଉପରେ ଥିବା ୭୭.୪୪ କୋଟି ଟଙ୍କା ଛାଡ଼କରିବା ପାଇଁ ପ୍ରସ୍ତାବ ଆସିଥିଲା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ପ୍ରଶ୍ନର ଉତରରେ କହିଥିଲେ । ୧୯୭୪ ମସିହାରେ ଏହି ନିଗମ ଗଠନ କରାଯାଇଥିଲା । ଆର୍ଥିକ ଅନଗ୍ରସର,ଅଗମ୍ୟ ଓ ମାଓ ଉପଦ୍ରୁତ ଅଂଚଳରେ ଯେଉଁଠାରେ କି ବେସରକାରୀ ବସ ମାଲିକ ମାନେ ଗାଡ଼ିକ ଚଳାଇବାକୁ ଅନିଚ୍ଛୁକ, ସେ ସବୁ ସ୍ଥାନକୁ ସରକାର ନିରବଚ୍ଛିନ୍ନ ଭାବେ ବସସେବା ଯୋଗାଇ ଦେଉଛି । ବିଭିନ୍ନ କାରଣରୁ ଉକ୍ତ ନିଗମ ଆର୍ଥିକ କ୍ଷତି ସହି ଆସୁଛି ଏବଂ ବହୁଳ ଏକକୀକୃତ କ୍ଷତି ପାଇଁ କୌଣସି ଆର୍ଥିକ ଅନୁଷ୍ଠନାରୁ ନୂଆ ବସ୍ କିଣିବା ଓ ବସ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ପୁଂଜି ସଂଗ୍ରହ କରିପାରୁ ନାହିଁ ବୋଲି ସେ କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *