Sunday , June 20 2021
Home / ବିଶେଷ / ଏରସମା ବ୍ଲକରେ ଯୁଗ୍ମ ଜନଶୁଣାଣି ଶିବିର

ଏରସମା ବ୍ଲକରେ ଯୁଗ୍ମ ଜନଶୁଣାଣି ଶିବିର

               ପ୍ରତି ବ୍ଲକରେ ଲାଗିବ ଅଭିଯୋଗ ବାକ୍ସ

ଏରସମା, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ନବନିଯୁକ୍ତ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ଜନସାଧାରଣଙ୍କ ଆପତିି ଓ ଅଭିଯୋଗର ଶୁଣାଣି କରିଥିଲେ । ଏରସମା ବ୍ଲକରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ମୋଟ ୩୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ଜନସାଧାରଣଙ୍କର ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୩୪ଟି ଅଭିଯୋଗ,ଯଥା-ଇନ୍ଦିରା ଆବାସ/ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା-୭,ରାସନ କାର୍ଡ-୮,ଭତା-୨, ଆଇନ ସହାୟତା-୨ ଓ ଅନ୍ୟାନ୍ୟ-୫,ଗାଁ ସମସ୍ୟା ସଂପର୍କିତ ୫ଟି,ପାନୀୟ ଜଳ ସମସ୍ୟା ୧,ଜମି ପଟ୍ଟା ୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଜିଲାପାଳ ଶ୍ରୀ ମହାପାତ୍ର ସମସ୍ତ ଅଭିଯୋଗ ଶୁଣିଥିଲେ । ଗୋଟିଏ ଅଭିଯୋଗର ଶୁଣାଣି ସଙ୍ଗେ ସଙ୍ଗେ ତ୍ୱରିତ ସମାଧାନ କରାଯାଇଥିଲା । ନୂତନ ଜିଲାପାଳଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା । ବ୍ଲକରେ ହୋଇଥିବା ପୂର୍ବ ଜନ ଅଭିଯୋଗର କାର୍ଯ୍ୟକାରିତା ସମ୍ପର୍କରେ ଜିଲାପାଳ ପଚାରି ବୁଝିଥିଲେ । ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଏନଆରଜିଏସ କାର୍ଯ୍ୟ,କାଳିଆ ଯୋଜନା ଓ ରାସନକାର୍ଡ ପ୍ରଭୃତି ସଂପର୍କରେ ଆସିଥିବା ଅଭିଯୋଗ ଗୁଡିକୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ପ୍ରତି ବ୍ଲକରେ ଏକ ଅଭିଯୋଗ ବାକ୍ସ ଲଗାଯିବା ସହିତ ଏହାର ଚାବି ଜିଲାପାଳଙ୍କ କାର୍ଯ୍ୟାଳୟରେ ରଖାଯିବ । ଜନ ସାଧାରଣଙ୍କର ଅଭିଯୋଗପତ୍ର ନିଜେ ଜିଲାପାଳଙ୍କ ଉପସ୍ଥିତିରେ ବାକ୍ସ ଖୋଲାଯାଇ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ କହିଥିଲେ । ପ୍ରତ୍ୟକ ସପ୍ତାହ ଏବଂ ମାସରେ ଜିଲାପାଳ ନିଜେ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଅଚାନକ ଗ୍ରସ୍ତ କରିବେ ବୋଲି ସୂଚନା ଦେଇଥିଲେ । ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସୁଧା ସିଂ, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ, ତହସିଲଦାର ଅଂଜଳୀ ତରାଇ,ବ୍ଲକ ଅଧ୍ୟକ୍ଷ ପ୍ରଣବ କୁମାର ସ୍ୱାଇଁ, ଅତିରିକ୍ତ ବିଡିଓ ବିଜୟ କେତନ ଚୌଧୁରୀ, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ରଞ୍ଜନ କୁମାର ଦାସ, ଜିଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହି ଶୁଣାଣିରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *