Sunday , June 13 2021
Breaking News
Home / ବିଶେଷ / ଏମାର ମଠ ଉଛେଦ ଜାରି – ମଠରେ ସିସିଟିଭି – ମଠ ଛାଡ଼ୁନାହାନ୍ତି ମହନ୍ତ – ମଠକୁ ପ୍ରବେଶ ଉପରେ ଲାଗିଲା କଟକଣା – ରହସ୍ୟ ଘେରରେ ମହନ୍ତ ଙ୍କ କୋଠରୀ

ଏମାର ମଠ ଉଛେଦ ଜାରି – ମଠରେ ସିସିଟିଭି – ମଠ ଛାଡ଼ୁନାହାନ୍ତି ମହନ୍ତ – ମଠକୁ ପ୍ରବେଶ ଉପରେ ଲାଗିଲା କଟକଣା – ରହସ୍ୟ ଘେରରେ ମହନ୍ତ ଙ୍କ କୋଠରୀ

ପୁରୀ, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ଆଜି ୨ୟ ଦିନରେ ଏମାର ମଠ ଉଛେଦ ଜାରି ରହିଛି । ଜିଲାପାଳ ବୁଝା ସୁଝା କଲେ ମଧ୍ୟ ମହନ୍ତ ଗୋପାଳ ରାମାନୁଜ ଦାସ ମଠ ଛାଡ଼ୁନାହାନ୍ତି । ବନ୍ଦ କୋଠରୀ ମଧ୍ୟରେ ବସ ରହିଛନ୍ତି । ତେବେ ମଠର କେଠରୀ ମଧ୍ୟରେ ସିସିଟିଭି ଲାଗିଥିବା ଜଣାପଡ଼ିଛି । ସେହି କେଠରୀ ମଧ୍ୟରେ ରହି ସେ ସବୁଆଡ଼େ ନଜର ରଖିଥାନ୍ତି । ଜିଲାପାଳଙ୍କ ବୁଝାସୁଝା ସତ୍ୱେ ମହନ୍ତ କୋଠରୀ ମଧ୍ୟରୁ ବାହାରୁ ନାହାନ୍ତି କି ମଠ ଛାଡ଼ୁନଥିବାରୁ ସେହି କେଠରୀ ଉପରେ ସାଧରଣରେ ସନ୍ଦେହ ପ୍ରକାଶ ପାଇଛି । ଅତିତରେ କୋଟି ଟଙ୍କା ମୂଲ୍ୟର ରୂପା ଇଟା ଉଦ୍ଧାର କରାଯାଇଥିଲା ତେଣୁ ବର୍ତମାନ ଆଉ କୌଣସି ଗୁପ୍ତ ଧନ ଥିବାର ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ବର୍ତମାନ ଏମାର ମଠ ପ୍ରବେଶ ଉପରେ ଜିଲା ପ୍ରଶାସନ କଟକଣା ଲଗାଇଲା । ଏପରିକି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆଉ ତା ଭିତରକୁ ପ୍ରବେଶ କରି ପାରିବେ ନାହିଁ । ରହସ୍ୟ ଘେରରେ ମହନ୍ତ ଙ୍କ କୋଠରୀ । ବାହାରେ ଭଙ୍ଗା ଚାଲିଛି । ଭିତରେ ବନ୍ଦ କୋଠରୀ ରେ ମହନ୍ତ । ସମଗ୍ର ମଠକୁ ପ୍ରଶାସନ ନେଲା ହେପାଜତକୁ । ମହନ୍ତଙ୍କ କେଠରୀ ରେ ମୂଲ୍ୟବାନ ସମ୍ପତି ଥିବା ସନ୍ଦେହ ପ୍ରକାଶ ପାଇଛି । ମହନ୍ତ ଙ୍କୁ ବଳ ପ୍ରୟୋଗ କରି ବାହାରକୁ ଆଣିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । କାରଣ ମଠର ପ୍ରାୟ ୯୦ ପ୍ରତିଶତ ଭଙ୍ଗା ସରିଲାଣି । ମାନ୍ୟବର ସୁପ୍ରିମ କୋର୍ଟ ଭଙ୍ଗା କାର୍ଯ୍ୟ ରେ ଅଙ୍କୁଶ ଲଗାଇଲେ ନାହିଁ । ସେ ଘର ଗୁଡ଼ିକ ଅସୁରକ୍ଷିତ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *