Thursday , June 17 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଏମଜି ମୋଟର ପକ୍ଷରୁ ନିୟୁ ଜେଡଏସଇଭି-୨୦୨୧ର ବଜାର ପ୍ରବେଶ

ଏମଜି ମୋଟର ପକ୍ଷରୁ ନିୟୁ ଜେଡଏସଇଭି-୨୦୨୧ର ବଜାର ପ୍ରବେଶ

ଜେଡଏସଇଭି-୨୦୨୧ ଭୁବନେଶ୍ୱର ସମେତ ଦେଶର ୩୧ଟି ସହରରେ ଉପଲବ୍ଧ
ଭୁବନେଶ୍ୱର, ୧୭/୦୩/୨୦୨୧(ଓଡ଼ିଶା ସମାଚାର)- ଏମଜି ମୋଟର ଇଣ୍ଡିଆ ପକ୍ଷରୁ ନିୟୁ ଜେଡଏସଇଭି-୨୦୨୧ର ବଜାର ପ୍ରବେଶ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୦.୯୯ ଲକ୍ଷ ଟଙ୍କା ରହିଛି । ଏହାର ଅପଡେଡ୍ ଭର୍ସନ ୪୪.୫ କିଲୋୱାଟ୍ ହାଇ-ଟେକ୍ ବ୍ୟାଟେରୀ ଏବଂ ୪୧୯ ସାର୍ଟିଫାଏଡ୍ ରେଞ୍ଜ୍ ସହିତ ଉପଲବ୍ଧ ହେଉଛି । ଏଥିରେ ୨୧୫/୫୫/ଆର୍-୧୭ ଟାୟାର ରହିଛି । ଜେଡଏସଇଭି-୨୦୨୧ ଏବଂ ଏହାର ବ୍ୟାଟେରୀ ପ୍ୟାକ୍ ଗ୍ରାଉଣ୍ଡ୍ କ୍ଲିୟରାନ୍ସ୍ ଯଥାକ୍ରମେ ୧୭୭ ମିମି ଏବଂ ୨୦୫ ମିମି ରହିଛି ।
ଦେଶବ୍ୟାପୀ ନିଜର ଚାର୍ଜିଂ ଇକୋସିଷ୍ଟମ୍ ଅଂଶୀଦାରଙ୍କ ସହାୟତାରେ ସମ୍ପ୍ରସାରଣ ପାଇଁ ଜେଡଏସଇଭି-୨୦୨୧ର ବୁକିଂ ୩୧ଟି ସହରରେ ଉପଲବ୍ଧ ହେଉଛି । ଏହି କାର ୨୦୨୦ ଜାନୁୟାରୀରେ ଦେଶର ୫ଟି ସହରରେ ବଜାର ପ୍ରବେଶ କରିଥିଲା ।

ଜେଡଏସଇଭି-୨୦୨୧ରେ ୧୪୩ପିଏସ୍ ପାୱାର, ୩୫୦ ଏନଏମ୍ ଟର୍କ ରହିଛି । ୮.୫ ସେକେଣ୍ଡରେ ଏହା ଶୂନ ରୁ ଘଂଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ । ଏହା ଏକ୍ସାଇଟ୍ ଏବଂ ଏକ୍ସ୍କ୍ଲୁସିଭ୍ ଆଦି ୨ଟି ଭ୍ୟାରିଆଂଟ୍ ରେ ଉପଲବ୍ଧ ହେଉଛି । ଭାରତ ପ୍ରଥମ ଇଲେକ୍ଟ୍ରିକ୍ ଇଂଟରନେଟ୍ ଏସ୍ୟୁଭି ଭାବେ ଏଥିରେ ଏମ୍ଜି ସିଗ୍ନେଚର ଗ୍ଲୋବାଲ ଡିଜାଇନିଂ ରହିଛି । ଏଥିରେ ପାନୋରାମିକ୍ ସନ୍ ରୁଫ୍, ୧୭ ଇଂଚ୍ ଡାଇମଣ୍ଡ କଟ୍ ଆଲଏ ହ୍ୱିଲ୍, ପିଏମ୍-୨.୫ ଫିଲଟର ଆଦି ବୈଶିଷ୍ଟ୍ୟରେ ଉପଲବ୍ଧ ହେଉଛି ।
ଜେଡଏସଇଭି-୨୦୨୧ ସହିତ କମ୍ପାନୀ ପକ୍ଷରୁ ୫ଟି ପ୍ରକାର ଚାର୍ଜିଂ ସୁବିଧା ଉପଲବ୍ଧ କରାଯାଉଛି । ସେଗୁଡ଼ିକ ମଧ୍ୟରେ ବାସଗୃହ ଅବା ଅଫିସରେ ଫ୍ରି-ଅଫ୍-କଷ୍ଟ୍ ଏସି ଫାଷ୍ଟ୍ ଚାର୍ଜର ସୁବିଧା, ପୋର୍ଟେବୁଲ୍ ଇନ୍-କାର ଚାର୍ଜିଂ କେବୁଲ, ଡିଲରଶିପ୍ରେ ଡିସି ସୁପର ଫାଷ୍ଟ୍ ଚାର୍ଜିଂ ଷ୍ଟେଶନ, ୫ଟି ସହରରେ ୨୪୍‍୭ ଚାର୍ଜ-ଅନ୍-ଦ-ଗୋ ଫାସିଲିଟି, ସାଟେଲାଇଟ୍ ସହର ଏବଂ ଟୁରିଷ୍ଟ ହବ୍ ରେ ଚାର୍ଜିଂ ଷ୍ଟେଶନ ଆଦି ଉପଲବ୍ଧ ହେଉଛି ।
ଏହି ଅବସରରେ ଏମଜି ମୋଟର ଭୁବନେଶ୍ୱରର ପରିଚାଳନା ନିର୍ଦ୍ଧେଶକ ଡ. ଅବିନାଶ ସାମଲ କହିଲେ, ମାତ୍ର ୧ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଆମେ ଜେଡଏସଇଭିର ନୂଆ ମଡ଼େଲ ବଜାର ପ୍ରବେଶ କରାଇପାରିଥିବାରୁ ବେଶ୍ ଆନନ୍ଦିତ । ଆମେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ନୂଆ ତଥା ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବାର ଆଶା ରଖିଛୁ । ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ଆମେ ଇକୋସିଷ୍ଟମ ଅଂଶୀଦାରଙ୍କ ସହିତ ମିଳିତ ଭାବେ ବୃହତ ଚାର୍ଜିଂ ଭିତିଭୂମି ନିର୍ମାଣ କରୁଛୁ । ନିୟୁ ଏମଜି ଜେଡଏସଇଭି-୨୦୨୧ର ବଜାର ପ୍ରବେଶ ଅବସରରେ ଚେଂଜ ହ୍ୱାଟ ୟୁ ୱାଂଟ ଭାବାନକୁ ଆଧାର କରି ଏମ୍ଜି ଭୁବନେଶ୍ୱର ଡିଲରସିପରେ ଏହାର ପ୍ରବେଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏମ୍ପ୍ରିଓ ଗ୍ରୁପର ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ସାମଲ ଙ୍କ ସମେତ ବହୁ କରପୋରେଟ ଅତିଥି ମାନେ ଯୋଗଦେଇଥିଲେ ଏବଂ ଏମଜି ର ଆରଏସଏମ୍ -ଇଷ୍ଟ ଭାରତ ଶ୍ରୀମତୀ ନୁପୁର ଜୈନ୍ ଙ୍କ ଦ୍ୱାରା ଏକ ଇଂଟରଆକ୍ଟିଭ ସେସନ ର ଆୟୋଜନ କରାଯାଇଥିଲା ଏବଂ ଏଥିରେ ଅନେକ ସୁପ୍ରସିଦ୍ଧ ବ୍ୟକ୍ତି ଯଥା ଶ୍ରୀମତୀ ତନୟା ପଟନାୟକ, ଶ୍ରୀମତୀ ସୋଫିଆ ଫିରଦୋସ୍ ଏବଂ ଶ୍ରୀଯୁକ୍ତ ମୈ÷ରାଜୁଲ ହକ୍ ପ୍ରମୁଖ ଯୋଗଦେଇଥିଲେ । ଏହାଛଡା ଏହି କାର୍ଯ୍ୟକ୍ରମରେ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରୁ ଅଲିଉୁଡ ସୁପରଷ୍ଟାର ତଥା ପରୋପକାରି ଶ୍ରୀ ସବ୍ୟସାଚି ମିଶ୍ର ଏବଂ ଶ୍ରୀମତୀ ଅର୍ଚ୍ଚୀତା ମଧ୍ୟ ଉପସ୍ଥିତ ଥିଲେ ।
କମ୍ପାନୀ ପକ୍ଷରୁ ଇକୋ ଟ୍ରି ଚ୍ୟାଲେଞ୍ଜ୍ ଆରମ୍ଭ କରାଯାଇଛି । ଏଥିରେ ଜେଡଏସ୍ ଇଭି ମାଲିକ ମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଏହି ଇକୋଲୋଜିକାଲ ପ୍ରୟାସ ଦ୍ୱାରା କାର୍ବନ ଡାଇଅକ୍ସାଇଡ ନିର୍ଗମନ କମିବା ସହିତ ଜାତୀୟ କ୍ଷେତ୍ରରେ ବାସ୍ତବତା ହାସଲ ଲକ୍ଷ୍ୟ ପୂରଣ ସମ୍ଭବ ହୋଇପାରିବ ।
ଏମଜି ଜେଡଏସଇଭି-୨୦୨୧ରେ ଏମ୍ଜି ଇ-ଶିଲ୍ଡ୍ ସୁବିଧା ଉପଲବ୍ଧ ହେଉଛି । ଏହା ଅନ୍ତର୍ଗତ କାର୍ ଉପରେ ୫ ବର୍ଷର ଅସୀମିତ କିଲୋମିଟର ୱାରେଂଟି ଉପଲବ୍ଧ ହେଉଛି । ସେହିପରି ୮ବର୍ଷ/ ୧.୫ ଲକ୍ଷ କିଲୋମିଟର ୱାରେଂଟି ବ୍ୟାଟେରୀ ପ୍ୟାକ୍ ସିଷ୍ଟମ ଉପରେ ପ୍ରଦାନ କରାଯିବ । ଏହା ସହିତ ୫ ବର୍ଷର ରୋଡ୍ସାଇଡ୍ ଆସିଷ୍ଟାଂଟର ସୁବିଧା ସହିତ ସପ୍ତାହ ବ୍ୟାପୀ ୨୪ ଘଂଟିଆ ସହାୟତା ଏବଂ ମାଗଣା ଲେବର ଚାର୍ଜ ପ୍ରଥମ ୫ଟି ସର୍ଭିର୍ସ୍ ରେ ଯୋଗାଇ ଦିଆଯିବ । ଅଧିକାଂଶ କ୍ଷେତ୍ରରେ ବ୍ୟବହାରକାରି ୩୦୦-୪୦୦ କିଲୋମିଟର ରେଞ୍ଜ୍ ଉପଲବ୍ଧ କରିପାରିବେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *