Saturday , July 31 2021
Breaking News
Home / ବିଶେଷ / ଏବିଭିପି ତରଫରୁ ରକ୍ତଦାନ ଶିବିର ରେ ୭୧ ୟୁନିଟ ରକ୍ତ ସଂଗୃହୀତ

ଏବିଭିପି ତରଫରୁ ରକ୍ତଦାନ ଶିବିର ରେ ୭୧ ୟୁନିଟ ରକ୍ତ ସଂଗୃହୀତ

ଭୁବନ,୨୦/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ସମୟରେ ରକ୍ତର ଅଭାବ ପୂରଣ କରିବା ସକାଶେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ,ଭୁବନ ଶାଖା ଆନୁକୂଲ୍ୟରେ କାଳୀବଜାର ସ୍ଥିତ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଆଜି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏବିଭିପି ପୂର୍ବତନ ରାଜ୍ୟ ସଭାପତି ଦିଲ୍ଲୀପ ଦାସ ମୁଖ୍ୟ ଅତିଥି ଭାବେ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ ସାହୁ,ପ୍ରାଧ୍ୟାପକ ନିତ୍ୟାନନ୍ଦ ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ଦ୍ୱାରା ସମୁଦାୟ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୧୮ ରୁ ୪୪ ବର୍ଷର ଯୁବକ ମାନେ କୋଭିଡ ଟୀକା ନେବା ପରେ ୧୫ ଦିନ ପରେ ରକ୍ତଦାନ କରିପାରିବେ,ସେଥିପାଇଁ ଯୁବକ ମାନେ ଟୀକା ନେବା ପୂର୍ବରୁ ରକ୍ତଦାନ କରିଥିଲେ । ଏବିଭିପି ନଗର ସମ୍ପାଦିକା ସାଗରିକା ସାହୁ,ସହ ସମ୍ପାଦକ ଜଗବନ୍ଧୁ ପୃଷ୍ଟି,ନଗର ଉପସଭାପତି ଚିନ୍ମୟ ପୃଷ୍ଟି,ମନୋଜ ସାହୁ,ରାଜ୍ୟ ସହ ସମ୍ପାଦକ ଅରଜିତ ପଟ୍ଟନାୟକ,ପୂର୍ବତନ ଜିଲ୍ଲା ପ୍ରମୁଖ ନିରଞ୍ଜନ ଗୁରୁ,ଜିଲ୍ଲା ସଂଯୋଜକ ସାହୁ,ପୂର୍ବତନ ବିଭାଗ ସଂଯୋଜକ ଗୁଲସନ ରାଉତ,ସହ ପ୍ରମୁଖ ଗୋପାଳ ନାୟକ,ସଞ୍ଜୟ ଗୁରୁ,ଲଳିତ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଓଡିଶା ଚଳଚ୍ଚିତ୍ର ଜଗତର ଯୁବ ନିର୍ଦ୍ଧେଶକ ଦେବଜ୍ୟୋତି ପାତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନିଜେ ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *