Thursday , June 17 2021
Breaking News
Home / ବିଶେଷ / ଏଫ୍ଏସ୍ଏସ୍ଆଇ ସର୍ଭେ ରିପୋର୍ଟ : ରାଜ୍ୟରେ ବିଷାକ୍ତ ହେଉଛି କ୍ଷୀର, ମାରାତ୍ମକ ରୋଗ ଆଶଙ୍କା

ଏଫ୍ଏସ୍ଏସ୍ଆଇ ସର୍ଭେ ରିପୋର୍ଟ : ରାଜ୍ୟରେ ବିଷାକ୍ତ ହେଉଛି କ୍ଷୀର, ମାରାତ୍ମକ ରୋଗ ଆଶଙ୍କା

ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର / ଏଜେନ୍ସି)- ମାତ୍ରାଧିକ ରାସାୟନିକ ପଦାର୍ଥ ବ୍ୟବହାର ଦ୍ୱାରା ଦୁଗ୍ଦର ମାନ ପ୍ରଭାବିତ ହେଉଛି । ଫଳସ୍ୱରୂପ, ମଣିଷର ସ୍ୱାସ୍ଥ୍ୟକ୍ଷେତ୍ରରେ ସମସ୍ୟା ଉପୁଜୁଥିବା ସହ କର୍କଟ ଭଳି ମାରାତ୍ମକ ରୋଗକୁ ମଧ୍ୟ ଆମନ୍ତ୍ରଣ ଦେଉଛି । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ(ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ କରାଯାଇଥିବା ଜାତୀୟ ଦୁଗ୍ଧ ସୁରକ୍ଷା ଓ ଗୁଣବତା ସର୍ଭେ- ୨୦୧୮ ରିପୋର୍ଟର ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ୫୦ ପ୍ରତିଶତରୁ ଊଦ୍ଧ୍ୱର୍ କ୍ଷୀରରେ ଆବଶ୍ୟକ ଗୁଣବତା ନଥିବା କଥା ସ୍ପଷ୍ଟ ହୋଇଛି । ଓଡ଼ିଶାର ୧୯୨ ନମୁନାକୁ ସଂଗ୍ରହ କରି ଏହାର ମାନ ପରୀକ୍ଷା କରାଯାଇଥିବା ବେଳେ ୧୦୫ଟି ନମୁନା ଏଫ୍ଏଫ୍ଏସ୍ଆଇ ମାନକୁ ପୂରଣ କରିପାରିନାହିଁ । ରାଜ୍ୟରେ ବିକ୍ରି ହେଉଥିବା ପାଶ୍ଚରାଇଜ୍ଡ ପ୍ୟାକେଟ୍ କ୍ଷୀରରେ ଏଫ୍ଏସ୍ଏସ୍ଆଇ ନିର୍ଦ୍ଧିଷ୍ଟ ଫ୍ୟାଟ୍ ଓ ସଲିଡ୍ ନନ୍ ଫ୍ୟାଟ୍ ରହୁନାହିଁ । ସ୍ୱାଭାବିକ ଭାବେ କ୍ଷୀରରେ ଏନ୍ଏନ୍ଏଫ୍ ୮.୫ ପ୍ରତିଶତରୁ ୯ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ । ମାତ୍ର ରାଜ୍ୟରେ ବିକ୍ରି ହେଉଥିବା ୧୦୫ଟି ନମୁନାରେ ଏହାଠାରୁ କମ୍ ପରିମାଣର ଏନ୍ଏନ୍ଏଫ୍ ରହୁଛି । କ୍ଷୀର ପ୍ୟାକେଟ୍ ଉପରେ ଏହାର ଉପାଦନ ନେଇ ସମସ୍ତ ତଥ୍ୟ ଦିଆଯାଇଥାଏ । ଯେଉଁ ପରିମାଣର ତଥ୍ୟ କ୍ଷୀର ପ୍ୟାକେଟ୍ ରେ ଲେଖା ରହୁଛି ସେହି ପରିମାଣର ଫ୍ୟାଟ୍ କିମ୍ବା ସଲିଡ୍ ନନ୍ ଫ୍ୟାଟ୍ କ୍ଷୀରରେ ରହୁନି । ତେବେ ଓଡ଼ିଶା ବଜାରରେ ବିକ୍ରି ହେଉଥିବା କ୍ଷୀରର ୯ ପ୍ରତିଶତ ଖାଇବା ଉପଯୋଗୀ ହୋଇନଥିବା କଥା ରିପୋର୍ଟରେ ପ୍ରକାଶ ପାଇଛି । ଏନେଇ ରାଜ୍ୟ ପରୀକ୍ଷାଗାରର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ପ୍ରକାଶ ନକରିବା ସର୍ତରେ କହିଛନ୍ତି ଯେ ଅନେକ ସମୟରେ ଦୁଗ୍ଧ ଉପôାଦନକାରୀ ସଂସ୍ଥାଗୁଡ଼ିକ ମାତ୍ରାଧିକ ଅର୍ଥ ଲୋଭରେ ମାନ ସହ ସାଲିସ କରନ୍ତି । ତେଣୁ ନିୟମିତ ବ୍ୟବଧାନରେ ନମୁନା ଗ୍ରହଣ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଥାଏ । କ୍ଷୀରର ମାନରେ ଅବନତି ଥିଲେ ସଂପୃକ୍ତ ସଂସ୍ଥାକୁ ଚେତାବନୀ ଦିଆଯାଇଥାଏ । ଏବେ ରାଜ୍ୟ ବଜାରରେ ନିମ୍ନମାନର କ୍ଷୀର ବିକ୍ରି ହେଉଥିବାରୁ ଏହା ଏକ ଚିନ୍ତାଜନକ ବିଷୟ । ଏହାକୁ ନେଇ ଗ୍ରାହକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏଫ୍ଏସ୍ଏସ୍ଆଇ ଦ୍ୱାରା ହୋଇଥିବା ଏହି ସର୍ବଭାରତୀୟ ସର୍ଭେରେ ୧୧୦୩ ସହରରୁ ୬୪୩୨ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ତନ୍ମଧ୍ୟରେ ରାଜ୍ୟର ୧୯୨ଟି ନମୁନା ସାମିଲ ହୋଇଥିଲା । ନିଷ୍କର୍ଷ ଅନୁଯାୟୀ ଦୁଗ୍ଧରେ ହାଇଡ୍ରୋଜେନ ପେରୋକ୍ସାଇଡ, ଆଂଟି-ବାୟୋଟିକ୍ସ, ପେଷ୍ଟିସାଇଡ୍, ଡିଟରଜେଂଟ, ୟୁରିଆ, ନୁ୍ୟଟ୍ରାଲାଇଜର ଭଳି ବିଷାକ୍ତ ରାସାୟନିକ ପଦାର୍ଥ ମିଶୁଥିବା କଥା ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *