Tuesday , June 15 2021
Breaking News
Home / ବିଶେଷ / ଏଫଏମ କଲେଜ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଏଫଏମ କଲେଜ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ବାଲେଶ୍ୱର, ୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ପୂର୍ବ ବର୍ଷ ଭଳି ଚଳିତ ପାର୍ବଣରେ ଫକୀର ମୋହନ କଲେଜର ୧୯୮୪-୮୯ ବ୍ୟାଚ୍ ପୁରାତନ ଛାତ୍ରଙ୍କ ଷଷ୍ଠ ବାର୍ଷିକ ବନ୍ଧୁ ମିଳନ ମହାନବମୀରେ ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରସ୍ଥ ସ୍ଥାୟୀ ମୁକ୍ତାକାଶ ପେଣ୍ଡାଲରେ ଆୟୋଜିତ ଏହି ବନ୍ଧୁ ମିଳନ ପର୍ବରେ ଶତାଧିକ ପୁରାତନ ଛାତ୍ର ଯୋଗଦେଇ ପୁରୁଣା ଦିନ ଅନ୍ତରଙ୍ଗ ମୁହୁର୍ତର ସ୍ମୃତିଚାରଣ କରିଥିଲେ । ୩୦ ବର୍ଷ ପୂର୍ବର ସାମାଜିକ ବ୍ୟବସ୍ଥା, ଗୁରୁ-ଶିଷ୍ୟର ସମ୍ପକ, ତକ୍ରାଳୀନ ବାଲେଶ୍ୱର ସହରର ଅବସ୍ଥା ଓ ସାମ୍ପ୍ରତିକ ବସ୍ତୁବାଦୀ ସମାଜରେ ବ୍ୟକ୍ତି ମାନସିକତାର ପରିବର୍ତନ ଆଦି ବିଷୟ ଉପରେ ଦୀର୍ଘ ସମୟଧରି ଆଲୋଚନା ହୋଇଥିଲା । ସାମ୍ପ୍ରତିକ ସମାଜରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ଉପସ୍ଥିତ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ତଥା ସଂପ୍ରତି ରାସଗୋବିନ୍ଦପୁର କଲେଜର ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା ରତ ଦିଲ୍ଲୀପ ରଥଙ୍କ କବିତା ପୁସ୍ତକ ‘ସଞ୍ଜ ନଇଁଗଲେ’ର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ବନ୍ଧୁ ମିଳନ ପର୍ବର ଆବାହକ ସମାଜସେବୀ ରଘୁନାଥ ଲେଙ୍କା କବିତା ପୁସ୍ତକକୁ ଉନ୍ମୋଚନ କରିଥିଲେ । ଉଚ୍ଚକୋଟୀର ବିଷୟବସ୍ତୁ ତଥା ବୋଧଗମ୍ୟ ଶବ୍ଦ ସଂଯୋଜନା ଯୁକ୍ତ ଏହି ପୁସ୍ତକକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ଅଧ୍ୟାପକ ରଥଙ୍କ ରଚିତ ଭିନ୍ନ୍ ସ୍ୱାଦର ଏହି ପୁସ୍ତକ ପାଠକୀୟ ଆଦୃତ ଲାଭ କରିବ ବୋଲି ଉପସ୍ଥିତ ଛାତ୍ରବନ୍ଧୁମାନେ ମତ ପ୍ରକାଶ କରିଥିଲେ । ତେବେ ଆଗାମୀ ଦିନରେ ଏହି ବନ୍ଧୁମିଳନ ପର୍ବକୁ କୌଣସି ଏକ ପର୍ଯ୍ୟଟନ ସ୍ଥଳରେ ଆୟୋଜନ ପାଇଁ କେତେକ ବନ୍ଧୁ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଣେଶ ରାଉତ, ସୀତାରାମ ପାଣି, ରଜନୀ ବେହେରା, ବିଭୁ ମିଶ୍ର, ନିତ୍ୟାନନ୍ଦ ଆଚାର୍ଯ୍ୟ, ଅମିତ ଶାହା, ଗୁଣାକର ଦାସ, ବିଦ୍ୟାଧର ମହାଳିକ, ଲକ୍ଷ୍ମୀ ନାୟକ, ପିତାମ୍ବର ମିଶ୍ର, କ୍ଷୀରୋଦ ପଣ୍ଡା, ଅଜୟ ଦାଶ, ଶଚ୍ଚିନ୍ଦ୍ର ଶୁକ୍ଳା, ସୁବାଷ ରାଉତ, ବିଜନ୍ କର, ଅଞ୍ଜନ ଦାସ, ଭାସ୍କର ପରିଡ଼ା, ବିଭୁତି ମହାପାତ୍ର, ରାସବିହାରୀ ଚକ୍ରବର୍ତୀ, ସନାତନ ବିଶ୍ୱାଳ, ମାନସ ଦାସ, ଦିଲୀପ ପାତ୍ର, ଶଶି ମହାପାତ୍ର, ମନୋଜ କୁମାର ଦାସ, ଜୟଦରଥ ମିଶ୍ର, ହରେକୃଷ୍ଣ ଦାସ, ଜଗଦିଶ ଖଣ୍ଡେଲୱାଲ, ସୁରେନ୍ଦ୍ର ଜେନା, ନରେନ୍ଦ୍ର ଅଗସ୍ତି, ସୁବୋଧ ମହାରଣା, ସତ୍ୟ ସାହୁ, ଯତୀଶ ପତି, ରନôାକର ବୁଗୁଡ଼ାଇ, ଧିରେନ୍ଦ୍ର ପ୍ରଧାନ, ରଜନୀକାନ୍ତ ନାୟକ, ପ୍ରକାଶ ମହାପାତ୍ର, ମନୋରଞ୍ଜନ ପଣ୍ଡା, ଚିତ ସାନ୍ତରା, ନରେନ୍ଦ୍ର ଖିଲାର, ସ୍ୱଦେଶ ମହାରଣା, ଶିଶିର ଦାସ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *