Thursday , August 5 2021
Breaking News
Home / ରାଜନୀତି / ଏନଏସୟୁଆଇ ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ

ଏନଏସୟୁଆଇ ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ

କନ୍ଧମାଳ, ୦୭/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ଙ୍କୁ ମନୋନୀତ ହୋଇଥିବା ଜଣା ପଡ଼ିଛି।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନ ଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଷନ୍ ଲାଲ ଓଡ଼ିଶା ର ୨୭ ଟି ଜିଲ୍ଲା ର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି । ଅଂଶୁମାନ ଜିଲ୍ଲା ସଭାପତି ହେବା ପରେ ସଂଗଠନ ର ରାଜ୍ୟ ସଭାପତି ସାୟାଦ ଆସିର ନୱେଜ ଙ୍କ ସମେତ ଦଳୀୟ ନେତୃବୃନ୍ଦ ଙ୍କ ଠାରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି  । ଅପର ପକ୍ଷେ ଅଂଶୁମାନ ଙ୍କ ସଭାପତି ହେବା ଖବର ରୁ ଜିଲ୍ଲା ଯୁବ ଗୋଷ୍ଠୀ ଅଧିକ ଉତ୍ସାହିତ ହେବା ସହ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟୁଛି। ଓଡିଶା ସମାଚାର

About admin

Check Also

କଂଗ୍ରେସ ସୋସିଆଲ ମିଡିଆର ନୂତନ କମିଟି ଘୋଷିତ

ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ …

Leave a Reply

Your email address will not be published. Required fields are marked *