Monday , June 14 2021
Breaking News
Home / ବିଶେଷ / ଏଣିକି ହିତାଧିକାରୀମାନେ ଯେକୌଣସି ସ୍ଥାନରୁ ରାସନ୍ ସାମଗ୍ରୀ ଉଠାଇ ପାରିବେ : ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ

ଏଣିକି ହିତାଧିକାରୀମାନେ ଯେକୌଣସି ସ୍ଥାନରୁ ରାସନ୍ ସାମଗ୍ରୀ ଉଠାଇ ପାରିବେ : ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର,୨୧/୦୮/୨୦୧୯(ଓଡ଼ିଶା ସମାଚାର)-ଏଣିକି ଜାତୀୟ ଖାଦ୍ୟ ସୁରକ୍ଷା ଆଇନଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନେ ଯେକୌଣସି ସ୍ଥାନରୁ ରାସନ୍ ସାମଗ୍ରୀ ଉଠାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନରେ ପାଇଲଟ୍ ପ୍ରକଳ୍ପ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ । ଯୋଜନାର ସଫଳତାକୁ ଦେଖି ପରବର୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲ୍ଲାରେ ଏହାକୁ ଲାଗୁ କରାଯିବ । ଏହା ଦ୍ୱାରା ହିତାଧିକାରୀମାନେ ଏଟିଏମ୍ କାର୍ଡ଼ ଭଳି ରାସନକାର୍ଡ଼କୁ ବ୍ୟବହାର କରିପାରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୨୧ ଲକ୍ଷ ହିତାଧିକାରୀଙ୍କୁ ସାମିଲ୍ କରାଯାଇଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ୍ କରାଯାଇଛି । କେନ୍ଦ୍ର ସରକାରଙ୍କ ‘ୱାନ ନେସନ ୱାନ କାର୍ଡ଼’ ନିଷ୍ପତିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଜାତୀୟ ଖାଦ୍ୟସୁରକ୍ଷା ଆଇନରେ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାସନ୍ କାର୍ଡଧାରୀ ମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ଧାର୍ଯ୍ୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ କରିବାପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଧାର ସଂଯୋଗ ଓ ରାସନ କାର୍ଡ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷାକରିବା ଅବସରରେ କହିଥିଲେ ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ ବିଭାଗକୁ ଅଧିକ ସକ୍ରିୟ, ଲୋକାଭିମୁଖୀ ଓ ଉତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ମନ୍ତ୍ରକୁନିଷ୍ଠାର ସହିତ କାର୍ଯ୍ୟକାରୀ କରାଯାଉଛି । କେହି ଜଣେ ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *