Sunday , June 20 2021
Home / ଶିକ୍ଷା / ଏଣିକି ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ୍

ଏଣିକି ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ୍

ଭୁବନେଶ୍ୱର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟର ସମସ୍ତ ଅଣ୍ଡର ଗ୍ରାଜୁଏଟ୍ଙ୍କ ପାଇଁ ଚଳିତ ଶିକ୍ଷାବର୍ଷରୁ ଏକକ ସିଲାବସ୍ ଲାଗୁ କରାଯିବ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ଅତିଶୀଘ୍ର ପୂରଣ ହେବ ବୋଲି ବିଶ୍ୱ ବିଦ୍ୟାଳୟ ଭିସିଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଭିସିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଏକକ ସିଲାବସ୍ ଲାଗୁ କରିବା ପାଇଁ ନିଷ୍ପତିି ହୋଇଛି । ଏହା ସହ ଉଚ୍ଚ ଶିକ୍ଷା ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବୈଠକରେ ଚର୍ଚ୍ଚା ହୋଇଥିଲା । ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀଗୁଡିକ ଖୁବ୍ ଶୀଘ୍ର ପୂରଣ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି । ସେହିଭଳି ୧୦୦ ଜଣ ଚାତ୍ରଙ୍କ ସିଭିଲ୍ ସର୍ଭିସ୍ ପାଇଁ ତାଲିମ୍ ଏବଂ କୋଚିଂ ଦିଆଯିବ । ତେବେ ଏଥିପାଇଁ ଅଦ୍ୟାବଧି ୮୬ ଜଣ ଛାତ୍ର ଏଥିପାଇଁ ଆବେଦନ କରିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *