Sunday , June 20 2021
Home / ଶିକ୍ଷା / ଏଣିକି ଛାତ୍ରଛାତ୍ରୀଙ୍କୁ ଇ-ସାର୍ଟିଫିକେଟ୍

ଏଣିକି ଛାତ୍ରଛାତ୍ରୀଙ୍କୁ ଇ-ସାର୍ଟିଫିକେଟ୍

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)-ଏଣିକି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ଇ-ସାର୍ଟିଫିକେଟ୍ । ଅନ୍ଲାଇନ୍ ମାଧ୍ୟରେ ଛାତ୍ରଛାତ୍ରୀମାନେ ନାମ ପଞ୍ଜୀକରଣ କରି ସେମାନଙ୍କର ସମସ୍ତ ସାର୍ଟିଫକେଟ୍ ପାଇପାରିବେ ।

ତେଣୁ ଆସନ୍ତା ସେପ୍ଟେମ୍ବର ମାସ ମଧ୍ୟରେ ଯେଉଁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବେ ସେମାନଙ୍କୁ ମାଗଣାରେ ସାର୍ଟିଫିକେଟ୍ ମିଳିବ । ତେବେ ପରବର୍ତୀ ସମୟରେ ଏହି ସୁବିଧା ଲାଗି କେତେ ଟଙ୍କା ପିଲାଙ୍କୁ ପୈଠ କରାଯିବ ତାହା ନିଷ୍ପତିି ହୋଇନାହିଁ । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଏପରି ଡିଜିଟାଲ ବ୍ୟବସ୍ଥାରେ ଇ-ସାର୍ଟିଫିକେଟ୍ ଯୋଗାଇବାକୁ୨୦୧୭ରୁ ଉଦ୍ୟମ ହୋଇଥିଲେ ହେଁ ସଚେତନତାର ଅଭାବରୁ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ଏହି ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ନିତ କରିବା ଲାଗି ସବୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ରାଜ୍ୟରେ ଇ-ସାର୍ଟିଫିକେଟ୍ ସମ୍ପର୍କରେ ଛାତ୍ରଛାତ୍ରୀ ସଚେତନ ନଥିବାରୁ ଏପରି ସମସ୍ୟା ହୋଇଥିବା ଜଣାପଡ଼ିଛି । ତେବେ ଏହି ସୁବିଧା ଲାଗୁ ହେଲେ କୌଣସି ଛାତ୍ରଛାତ୍ରୀ ସେମାନଙ୍କର ସାର୍ଟିଫକେଟ୍ ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି କି ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ହେବନି । ଏହି ବ୍ୟବସ୍ଥା ଲାଗି ସିଭିଏଲ୍ ଓ ଏନ୍ଏସ୍ଡିଏଲ୍ ୨ଟି ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ସବୁ ଶିକ୍ଷାନୁଷ୍ଠାନର ପାସ୍ ପିଲାଙ୍କ ସମ୍ପୂର୍ଣ୍ଣ ବୀବରଣୀ ପ୍ରସ୍ତୁତ କରି ଏହି ୨ଟି ଆଇଟି କମ୍ପାନୀକୁ ପ୍ରଦାନ କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ପାସ୍ କରିଥିବେ ସେମାନଙ୍କୁ ଗୋଟିଏ ପାସ୍ୱାଡ୍ ମିଳିବ । ସେହି ପାସ୍ୱାର୍ଡ ମାଧ୍ୟମରେ ପିଲାମାନେ ସେମାନଙ୍କର ସାର୍ଟିଫିକେଟ୍, ମାର୍କସିଟ୍ ଡାଉନ୍ଲୋଡ କରିପାରିବେ ବୋଲି ଶୁକ୍ରବାର ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ନାଡ୍ କାର୍ଯ୍ୟକ୍ରମର ଜାତୀୟ ସମୀକ୍ଷା ବୈଠକରେ ଏହା ନିଷ୍ପତିି ହୋଇଛି । କାର୍ଯ୍ୟକ୍ରମରେ ୟୁଜିସି, ଏମ୍ଏଚ୍ଆରଡି ପକ୍ଷରୁ ପୂଜା ଭୌମିକ୍ ଯୋଗଦେଇ କହିଥିଲେ ଯେ ସର୍ବଭାରତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଲାଗି ଡିଜିଟାଲ ବ୍ୟବସ୍ଥା ହେବ । ପୂର୍ବରୁ ପିଲାମାନେ ସେମାନଙ୍କର ସାର୍ଟିଫିକେଟ୍ ପାଇବା ଲାଗି ବହୁ ଦିନ ଅପେକ୍ଷା କରିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଡିଜିଟାଇଲେଜେସନ୍ ବ୍ୟବସ୍ଥାରେ ପିଲାଙ୍କୁ ଖୁବ୍ ସରଳ ଭାବେ ସାର୍ଟିଫିକେଟ୍ ଦେବା ପାଇଁ ଏହି ପ୍ରକ୍ର୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ନିଦ୍ଦେର୍ଶକ ନିରଞ୍ଜନ ସାହୁ ଯୋଗଦେଇ କହିଥିଲେ ଯେ ଆଜିର ଯୁଗ ହେଉଛି ଅନ୍ଲାଇନ୍ ଯୁଗ । ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ସୁଫଳ ପାଇବେ । ମୁଖ୍ୟମନ୍ତ୍ରୀ ଶୁଶାସନର ଯେଉଁ ୫ଟି କଥା କହୁଛନ୍ତି ତାହା ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ କରିବ । ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଥିଲେ ଯେ ନାଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ନିରାପଦ ରହିବ । ନଷ୍ଟ ନହେବା ସହ ପିଲାମାନେ ଯେକୌଣସି ସମୟରେ ସେମାନଙ୍କ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ । ବିଭିନ୍ନ ପରୀକ୍ଷା ଶେଷ ହେବା ପରେ ପାସ୍ କରିଥିବା ପିଲାଙ୍କର ସମସ୍ତ ସାର୍ଟିଫକେଟ୍ ଡିଜିଟାଲେଇଜେସନ ମାଧ୍ୟମରେ ରଖାଯିବ । ଏନେଇ ଏକ ସ୍ୱତନ୍ତ୍ର ୱେବ୍ସାଇଟ୍ ପ୍ରସ୍ତୁତ କରାଯିବ । ପିଲାମାନେ ପରୀକ୍ଷା ଲାଗି ଫର୍ମ ପୂରଣ କରିବା ପରେ ପ୍ରତ୍ୟେକ ପିଲାଙ୍କୁ ପାସ୍ୱାଡ୍ କମ୍ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ । ସେହି ନମ୍ବର ଆଧାରରେ ପିଲାମାନେ ସେମାନଙ୍କର ଇ-ସାର୍ଟିଫିକେଟ୍ ପାଇପାରିବେ । ଏହି ବ୍ୟବସ୍ଥା ସମ୍ପର୍କରେ ରାଜ୍ୟର ସବୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ସଚେତନ କରିବା ସହ ପିଲାଙ୍କୁ ବୁଝାଇବା ଲାଗି ଏହି ବୈଠକରେ ନିଷ୍ପତି ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୪୦ଜଣ ପ୍ରଫେସର, ଶିକ୍ଷାବିତ୍ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳସଚିବ ଇତିଶ୍ରୀ ଦାସ, ଡ. ବିଭୂଧେନ୍ଦ୍ର ପତି, ଡ.ମାନଓ ବେହେରା, ଛବିରାଣୀ ପାଣୀଗ୍ରାହୀ, ମୋନାଲିସା ଜେନା, ମନୀଷା ମିଶ୍ର ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *