Tuesday , June 15 2021
Breaking News
Home / ତାଜା ଖବର / ଏଟିଏମ ଭାଙ୍ଗିଲେ ଦୁର୍ବୃତ

ଏଟିଏମ ଭାଙ୍ଗିଲେ ଦୁର୍ବୃତ

ଗୁଣପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ସ୍ଥାନୀୟ ଜେପି କମ୍ପ୍ଲେକ୍ସ ରେ  ଥିବା ଏସବିଆଇ ଏଟିଏମକୁ ଗତକାଲି ରାତିରେ କେତେକ ଦୁର୍ବୃତ ଭାଙ୍ଗି ପକାଇଛନ୍ତି । ସକାଳୁ ଖବର ପାଇ ବ୍ୟାଙ୍କ କର୍ତୃପକ୍ଷ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏଟିଏମରୁ ଟଙ୍କା ଚୋରି ଯାଇନଥିବା ସନ୍ଦେହ କରୁଛି ପୋଲିସ । ଟଙ୍କା ଲୁଟିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ହୋଇନଥିବା କୁହାଯାଉଛି । ଅନ୍ୟପକ୍ଷେ ଏଟିଏମରେ ମାସର ବହୁ ସମୟରେ ଟଙ୍କା ନଥିବାରୁ ଲୋକମାନେ ଏଟିଏମକୁ ଯାଇ ଫେରି ଆସନ୍ତି ସବୁବେଳେ । ଏମିତିରେ ବିରକ୍ତ ହୋଇ ମଧ୍ୟ ଏଭଳି କାଣ୍ଡ କେତେକ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ ଏତଲା ପାଇବା ପରେ ପୁଲିସ ଏହି ଘଟଣାରେ ଏକ ମକଦମା ରୁଜୁ କରିବା ପରେ ସାମନା ହୋଟେଲର ସିସି ଟିଭି ଫୁଟେଜ ମଗାଇ ଦେଖିଛି । ବ୍ୟାଙ୍କ କର୍ତୃପକ୍ଷଙ୍କୁ ମଧ୍ୟ ଏଟିଏମର ସିସିଟିଭି ଫୁଟେଜ ଆଣିବା ପାଇଁ ପୁଲିସ କହିଛି । ତେବେ ଉକ୍ତ ସିସିଟିଭି ଫୁଟେଜ ଆସିଲେ ହିଁ ସବୁ ଜଣାପଡିବ ବୋଲି ଆଇଆଇସି ରଶ୍ମୀ ରଂଜନ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *