Sunday , June 13 2021
Breaking News
Home / ତାଜା ଖବର / ଏକାଦଶାହ ଭୋଜି ଖାଇ ୧ ମୃତ, ୩୦ ଅସୁସ୍ଥ

ଏକାଦଶାହ ଭୋଜି ଖାଇ ୧ ମୃତ, ୩୦ ଅସୁସ୍ଥ

ବାଲେଶ୍ୱର୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ଚଷାଖଣ୍ଡ ବାଇବୁଡ଼ିଆ ଗ୍ରାମରେ ଏକାଦଶଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ମୃତ ବ୍ୟକ୍ତି ଜଚ୍ଚଙ୍କ ହେଉଛନ୍ତି ବାଇବୁଡ଼ିଆ ଅଂଚଳର ଘାସିଆସିଂଙ୍କ ପୁଅ କଟି ସିଂ(୫୦) । ସେହିଭଳି ଅସୁସ୍ଥମାନଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗତ ଶୁକ୍ରବାର ଶ୍ୟାମସିଂଙ୍କ ଘରେ ଏକାଦଶାହ ଭୋଜି ଆୟୋଜିତ ହୋଇଥିଲା । ଗ୍ରାମର ୨ଶହରୁ ଅଧିକ ଲୋକେ ଏହି ଭୋଜି ଖାଇଥିଲେ । ତେବେ ଏହି ଭୋଜି ଖାଇ ବିଳମ୍ବିତ ରାତିରେ ଗ୍ରାମର୨ରୁ ୩ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ଶନିବାର ଗ୍ରାମର ଛୋଟପିଲାଙ୍କୁ ମିଶାଇ ୩୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତେବେ ଗାଁ ଲୋକସେମାନଙ୍କୁ ନୀଳଗିରି ମେଡିକାଲରେ ଚିକିତ୍ସାପାଇଁ ଭର୍ତି କରିଥିଲେ । ରବିବାର ୩ ଜଣଶିଶୁଙ୍କ ସମେତ ଗ୍ରାମର ପାଖାପାଖି ୩୦ଜଣ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସିତ ହେଉଥିବା ଗ୍ରାମବାସୀଙ୍କ ମଧ୍ୟରେ ଅଛନ୍ତି ପୂଜା ସିଂ,ମମତା ସିଂ, କଟି ସିଂ, ଗୌତମ ସିଂ, ବିଜୁ ସିଂ,ଗୁରୁବାରୀ ସିଂ, ପ୍ରଫୁଲ୍ଲ ସିଂ, ରେଙ୍ଗ ସିଂ,ସାଗର ସିଂ, ରଶ୍ମୀରେଖା ସିଂ । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା କଟି ସିଂଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ମେଡିକାଲରେ ଚିକିତ୍ସିତ ହେଉଥିବାସମୟରେ ରବିବାର ଦିନ ପ୍ରାୟ ଗୋଟାଏରେ ତାଙ୍କରମୃତ୍ୟୁ ହୋଇଛି । ସାଗର ସିଂଙ୍କର ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି ।ତେବେ ଏହି ଖାଦ୍ୟ ଖାଇ ଗ୍ରାମର ଅଧିକାଂଶ ଲୋକେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବର୍ତର୍ମାନ ପର୍ଯ୍ୟନ୍ତ ଲୋକେ ମେଡିକାଲକୁ ଚିକିତ୍ସା ହେବା ପାଇଁ ଆସୁଥିବା ଲକ୍ଷ୍ୟ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *