Sunday , June 13 2021
Breaking News
Home / ତାଜା ଖବର / ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବାଥ ରୁମରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବାଥ ରୁମରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ନବରଙ୍ଗପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ନବରଙ୍ଗପୁର ସହର ଉପକଂଠ ହିଲାସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ବାଥ ରୁମ ରୁ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଯୁକ୍ତ ୨ ଶ୍ରେଣୀର ୧ମ ବର୍ଷ ବିଜ୍ଞାନ ର ସୁଶିଳା ପୁଜାରୀ । କାରଣ କିଛି ଜଣାପଡ଼ିନାହିଁ । ବକୋଷାଗୁମୁହା ବ୍ଲକ୍ ଅନ୍ତର୍ଗତ ମିରିମିଣ୍ଡା ଗ୍ରାମର ଜଗତ ପୁଜାରୀ ଙ୍କ ଝିଅ ସୁଶିଳା ଗତ ମାସରେ ଏଠାରେ ଆଡ଼ମିଶନ କରି ବାଳିକା ହଷ୍ଟେଲ ରେ ରହୁଥିଲେ । ସୋମବାର ସେ ମଧ୍ୟାହ୍ନ ଭୋଜନ ଖାଇଥିଲେ । ପରେ ହଷ୍ଟେଲ ବାଥ ରୁମ ର ସାୱାର ରେ ନିଜ ଓଢ଼ଣି ରେ ଫାସି ଦେଇଥିବା ଦେଖାଯାଇଥିଲା । ହଷ୍ଟେଲ ୱାଡ଼େନଙ୍କ ଠାରୁ ଖବର ପାଇ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମହାପାତ୍ର ତୁରନ୍ତ ସେଠାରେ ପହଂଚି ଜିଲା ମଙ୍ଗଳ ଅଧିକାରୀ,ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକଙ୍କୁ ମୋବାଇଲ ଫୋନ ରେ ଜଣାଇ ଥାନାରେ ଏତଲା ଦେଇଥିଲେ । ଥାନା ଅଧିକାରୀ ତାରିକ ଅହମ୍ମଦ ଓ ଅନ୍ୟ ପୋଲିସ ଅଧିକାରୀମାନେ ପହଂଚି ତଦନ୍ତ କରିଥିଲେ । ତୁ ଥା ମୁଁ ଯାଉଛି ରୁଷି ବୋଲି ତାଙ୍କ ଖାତାରେ ଏକ ସୁଇସାଇଡ଼ାଲ ନୋଟ ଜବତ କରାଯାଇଛି ହେଲେ ସେଥିରେ କାହାରି ନାମ ଲେଖାଯାଇନାହିଁ । ଶବ ବ୍ୟବଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । ସନ୍ଧ୍ୟାରେ ଉପଜିଲାପାଳ କରୁଣାକର ରାଇକା ହଷ୍ଟେଲ ରେ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *