Sunday , August 1 2021
Breaking News
Home / ବିଶେଷ / ଋଷିକୂଲ୍ୟା ନଦୀ ପଠାରୁ ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର ଘଟଣା : ଶାଶୁ ,ଶଶୁର ଓ ସ୍ତ୍ରୀ ଗିରଫ

ଋଷିକୂଲ୍ୟା ନଦୀ ପଠାରୁ ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର ଘଟଣା : ଶାଶୁ ,ଶଶୁର ଓ ସ୍ତ୍ରୀ ଗିରଫ

ସୋରଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଗତ ୨୨ ତାରିଖରେ ଋଷିକୂଲ୍ୟା ନଦୀ ପଠାରୁ ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର ଘଟଣାରେ ପୋଲିସ ଶାଶୁ ,ଶଶୁର ସମେତ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟିଥିଲା ଗଞ୍ଜାମ ସୋରଡ଼ା ଥାନା ପୁଷ୍ପନଗର ଗ୍ରାମରେ । ଗିରଫ ଅଭିଯୁକ୍ତ ମାନେ ହେଲେ ସୁରମଣି ଗ୍ରାମର ସ୍ତ୍ରୀ ଝିଲି ନାଇକ,ଶାଶୁ କିଶୋରୀ ନାଇକ ଓ ଶଶୁର କବିରାଜ ନାଇକ । ସେମାନଙ୍କ ନିକଟରୁ ହତ୍ୟା ରେ ବ୍ୟବହୃତ ଏକ ଧାରୁଆ କାତି ମଧ୍ୟ ପୋଲିସ ଜବତ କରିଛି । ସୂଚନା ମୁତାବକ ଗୁଡିଢେପ ଗ୍ରାମର ଭଗବାନ ନାଇକ ସୁରମଣି ଗ୍ରାମର ଝିଲି ନାୟକଙ୍କୁ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ର କିଛି ବର୍ଷ ପରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ଉଭୟ ପତି ପତ୍ନୀ ମଧ୍ୟରେ ଝଗଡା ଲାଗି ରହୁଥିଲା ।କିଛି ଦିନ ପୂର୍ବରୁ ସ୍ୱ୍ୱାମୀଠାରୁ ଅଲଗା ହୋଇ ସ୍ତ୍ରୀ ଝିଲି ନାଇକ ତାର ଦୁଇ ଛୁଆକୁ ଧରି ପୁଷ୍ପନଗର ଗ୍ରାମରେ ଭଡାକୁ ରହୁଥିଲେ । ଗତ ୧୮ ତାରିଖରେ ସ୍ୱ୍ୱାମୀ ଭଗବାନ ନାଇକ ନିଜ ଦୁଇ ଛୁଆକୁ ଦେଖିବାକୁ ପୁଷ୍ପନଗର ଆସି ସ୍ତ୍ରୀ ସହିତ ଝଗଡା କରିଥିଲା । ଝିଲି ଝଗଡା ବିଷୟରେ ନିଜ ବାପା ଓ ମା ଙ୍କୁ ଖବର ଦେବାରୁ ବାପା ମା ମଧ୍ୟ ପୁଷ୍ପନଗର ରେ ଆସି ପହଂଚିଥିଲେ । ସ୍ୱାମୀର ଅକଥନୀୟ ନିର୍ଯାତନା ସହିନପାରି ସବୁଦିନ ପାଇଁ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ଯୋଜନା କରିଥିଲା । ଠିକ ସେହିଦିନ ରାତି ୧୦ ଟା ସମୟରେ ଶାଶୁ ଶଶୁର ଓ ସ୍ତ୍ରୀ ମିଶି ଭଗବାନ ସହ ଝଗଡା କରିଥିଲେ । ପରେ ଅଧିକ ଉତକ୍ଷିପ୍ତ ହୋଇ ଶଶୁର ଏକ ଧାରୁଆ କାତିରେ ଭଗବାନ ଙ୍କ ବେକକୁ ପ୍ରହାର କରିବା ପରେ ଶରୀରରୁ ମୁଣ୍ଡଟି ସମ୍ପୂର୍ଣ ଅଲଗା ହୋଇଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଶାଶୁ ଶଶୁର ଓ ସ୍ତ୍ରୀ ମିଶି ଋଷିକୂଲ୍ୟା ନଦୀ ପଠା ବାଲିରେ ମୃତ ଦେହକୁ ନେଇ ଅଲଗା ଅଲଗା ସ୍ଥାନରେ ନେଇ ପୋତି ଦେଇଥିଲେ । ଚାରିଦିନ ପରେ ଦୁର୍ଗନ୍ଧ ବାହାରିବାରୁ ନଦୀକୁ ଗାଧୋଇ ଯାଇଥିବା ଲୋକେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସାଇଂଟିଫିକ ଟିମ ସନ୍ଧାନୀ କୁକୁର,ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ମୁଣ୍ଡକୁ ମଧ୍ୟ ଖୋଜି ବାହାର କରିଥିଲା । ମୃତକଙ୍କ ଭାଇଙ୍କ ଅଭିଯୋଗକୁ ଭିତିକରି ପୋଲିସ ଅଧିକା ତଦନ୍ତ କରି ଶେଷରେ ହତ୍ୟାକାରୀ ଙ୍କ ନିକଟରେ ପହଂଚି ସମସ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଛି । ଆସିକା ଏସଡିପିଓ ଉମାଶଙ୍କର ସିଂ ଏ ସମସ୍ତ ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ତ୍ରୀ ଝିଲି ନାୟକ, ଶାଶୁ କିଶୋରୀ ନାୟ, ଶଶୁର କବିରାଜ ନାୟକ ହିଁ ହତ୍ୟାକାରୀ ଓ ସେମାନେ ସମସ୍ତେ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *