Monday , June 21 2021
Breaking News
Home / ବିଶେଷ / ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପାରାଦ୍ୱୀପ ଆଇଆଇସି ରଜନୀକାନ୍ତ ସାମଲ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ

ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପାରାଦ୍ୱୀପ ଆଇଆଇସି ରଜନୀକାନ୍ତ ସାମଲ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ

ପାରାଦ୍ୱୀପ ,୧୭/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ଥାନା ଆଇଆଇସି ରଜନୀକାନ୍ତ ସାମଲ ଉଲ୍ଲେଖନୀୟ ପୋଲିସ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ଓ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିିତ ହୋଇଛନ୍ତି । ଯାହା ଆସନ୍ତା ୨୦୨୦ ମସିହା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯିବ । ପ୍ରକାଶ ଥାଉକି ଶ୍ରୀ ସାମଲ ଓଡିଶାର ବିଭିନ୍ନ ଜିଲ୍ଲାର ଥାନା ମାନଙ୍କରେ ସଫଳତାର ସହ କାର୍ଯ୍ୟକରି ଅପରାଧ ନିୟନ୍ତ୍ରଣ , ଆଇନ ଶୃଙ୍ଖଳା ତଥା ଜଘନ୍ୟ ଅପରାଧ ଗୁଡିକର ସଜା କରାଇବା କ୍ଷେତ୍ରରେ ସଫଳ ହୋଇଛନ୍ତି । ଏଥି ସହିତ ମାଓ ପ୍ରବଣ ପ୍ରଭାବିତ ଅଂଚଳ ମାଲକାନଗିରି ଜିଲ୍ଲାରେ ତିନି ବର୍ଷ ନକ୍ସଲ ଅପରେସନ, ଢେଙ୍କାନାଳ ଜିଲ୍ଲାରେ କପିଳାସ ଓ ଜୋରନ୍ଦା ପର୍ଯ୍ୟଟନ ସ୍ଥାନରେ ପ୍ରବଳ ଜନସମାଗମ ସମୟରେ ଆଇନ ଶୃଙ୍ଖଳା ରକ୍ଷା କରିବା , ଅନୁଗୁଳ ଜିଲ୍ଲାରେ ଜିନ୍ଦଳ ଥର୍ମାଲ ପ୍ଲାଂଟର ପ୍ରତିଷ୍ଠା ସମୟରେ ସ୍ଥାନୀୟ ବାସୀନ୍ଦାଙ୍କ ବିରୋଧ ଓ ତତଜନୀତ ଆଇନ୍ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସଫଳତା ତଥା ରେଢାଖୋଲ ରେ ଅବକାରୀ ଗଂଜେଇ ଚାଷକୁ ସଂପୂର୍ଣ୍ଣ ଭାବେ ବିଲୋପ କରିବାର ଏବଂ ଭୁଷଣ ଓ ଆଦିତ୍ୟ ବିର୍ଲା ଶିଳ୍ପାନୁଷ୍ଠାନରେ ଶ୍ରମିକ ଅସାନ୍ତି ଦୁର କରାଇବାରେ ଶ୍ରୀ ସାମଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଥିଲା । ତେବେ ବନ୍ଦର ଓ ଶିଳ୍ପ ନଗରୀ ପାରାଦ୍ୱୀପ ରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସ୍ଥିର ରଖିବା ଉଦ୍ଦେଶ୍ୟ ରେ ଶ୍ରୀ ସାମଲଙ୍କୁ ପାରାଦ୍ୱୀପ ଆଦର୍ଶ ଥାନାରେ ଅବସ୍ଥାପିତ କରାଯାଇଛି । ତେବେ ଶ୍ରୀ ସାମଲଙ୍କ ରାଷ୍ଟ୍ରପତି ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସାଧାରଣରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *