Sunday , June 20 2021
Home / ଶିକ୍ଷା / ଉପସ୍ଥାନରେ ଆଧାର ଲିଙ୍କ ସତ୍ୱେ ରୋକି ହେଉନି ଚାଉଳ ଚୋରି : ହଡପ ହେଉଛି ଶହ ଶହ କ୍ୱିଂଟାଲ ଚାଉଳ

ଉପସ୍ଥାନରେ ଆଧାର ଲିଙ୍କ ସତ୍ୱେ ରୋକି ହେଉନି ଚାଉଳ ଚୋରି : ହଡପ ହେଉଛି ଶହ ଶହ କ୍ୱିଂଟାଲ ଚାଉଳ

ଭଦ୍ରକ,୦୮/୦୮/୨୦୧୯(ଓଡ଼ିଶା ସମାଚାର)- ସରକାର ମଧ୍ୟାହ୍ନ ଭୋଜନରେ ଚାଉଳ ଚୋରି ରୋକିବା ସକାସେ ଗତ ୨୦୧୬ ମସିହା ଠାରୁ ଛାତ୍ର ଉପସ୍ଥାନରେ ଆଧାର ଲିଙ୍କ ବାଧ୍ୟତାମୁଳକ କରିଛନ୍ତି । ହେଲେ ସବୁ ପିଲାମାନଙ୍କର ଆଧାରଲିଙ୍କ ହୋଇ ପାରିନଥିବା ଆଳରେ ମଧ୍ୟାହ୍ନ ଭୋଜନ ଯୋଗାଣ ରେ କାର୍ଯ୍ୟକାରୀ କରାଯାଉ ନାହିଁ ଆଧାରଲିଙ୍କ । ଫଳରେ କେତେକ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଚାଉଳ ବଂଟନ ଦାୟିତ୍ୱରେ ଥିବା ଠିକାଦାରଙ୍କ ଜରିଆରେ ହଡପ ହେଉଛି ମାସିକ ଶହ ଶହ କ୍ୱିଂଟାଲ ମଧ୍ୟାହ୍ନଭୋଜନ ଚାଉଳ । ସରକାର ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲାମାନଙ୍କର ଆଧାରଲିଙ୍କ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଆଜି ସୁଦ୍ଧା ମଧ୍ୟାହ୍ନ ଭୋଜନ ଗ୍ରହଣ କରୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର କେତେଜଣ ଛାତ୍ର ଛାତ୍ରୀଙ୍କ ଆଧାରଲିଙ୍କ ହୋଇଛି ତାହାର ତଥ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନାହିଁ । ଜିଲ୍ଲା ସର୍ବଶିକ୍ଷା କାର୍ଯ୍ୟାଳୟ ସୁଚନା ଅନୁଯାଇ ଚଳିତବର୍ଷ ବର୍ତମାନ ସୁଦ୍ଧା ଜିଲ୍ଳାରେ ପ୍ରଥମରୁ ୧୦ମ ଶ୍ରେଣୀଯାଏ ପାଠ ପଢୁଥିବା ପିଲାଙ୍କ ମଧ୍ୟରୁ ୯୬ ପ୍ରତିଶତ ପିଲାଙ୍କ ଆଧାରଲିଙ୍କ ସରିଥିବା କଥା କହିଛନ୍ତି । ଏହି ସୁଚନା ଅନୁଯାଇ ବର୍ତମାନ ସୁଦ୍ଧା ଜିଲ୍ଳାରେ ୭ ଲକ୍ଷ ୨୨ ହଜାର ୧୨୫ ଜଣ ପିଲାଙ୍କର ଆଧାରଲିଙ୍କ ସରିଥିବା ବେଳେ ଆହୁରୀ ୨ ଲକ୍ଷ ୧୩ ହଜାର ପିଲାଙ୍କ ଆଧାରଲିଙ୍କ ବାକି ରହିଛି । ତେବେ ଆଧାର ଲିଙ୍କ କରାଯାଇଥିବା ପିଲାଙ୍କ ମଧ୍ୟରୁ ପ୍ରକୃତପକ୍ଷେ ମଧ୍ୟାହ୍ନଭୋଜନ ଗ୍ରହଣ କରୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର କେତେଜଣ ଛାତ୍ର ଛାତ୍ରୀଙ୍କ ଆଧାରଲିଙ୍କ କରାଯାଇଛି ତାହାର ତଥ୍ୟ କତୃପକ୍ଷ ଦେବାକୁ ସମର୍ଥ ହୋଇ ନାହାନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୁଚନା ଅନୁଯାଇ ଗତବର୍ଷ ଜିଲ୍ଲାରେ ୧ ଲକ୍ଷ ୭୩ ହଜାର ୫୫୫ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଇଥିବା ବେଳେ ଚଳିତବର୍ଷ ତାହା ୧ ଲକ୍ଷ ୬୭ ହଜାର ୨୧୨ କୁ ହ୍ରାସ ପାଇଛି । ବିଦ୍ୟାଳୟ ସହିତ ବିଦ୍ୟାଳୟ ମିଶ୍ରଣ ଏବଂ କିଛି ସ୍କୁଲକୁ ବନ୍ଦ କରିଦିଆଯିବା ଯୋଗୁ ପ୍ରାଥମିକ ଏବଂ ଉଚପ୍ରାଥମିକ ସ୍ତରରେ ଛାତ୍ର ଉପସ୍ଥାନ ହ୍ରାସପାଇଥିବା କୁହାଯାଉଥିଲେ ମଧ୍ୟ ଅସଲରେ ଆଧାର କଟକଣା ଯୋଗୁ ଅଧିକାଂଶ ସ୍କୁଲରେ ଛାତ୍ର ଉପସ୍ଥାନ ହ୍ରାସପାଇଥିବା କୁହଯାଉଛି । ତେବେ ମଧ୍ୟାହ୍ନ ଭୋଜନ ଯୋଗାଣ କ୍ଷେତ୍ରରେ ଏହି ଆଧାର ଲିଙ୍କ କଡା କଡିଭାବେ ଲାଗୁ ହେଲେ ଏହି ଉପସ୍ଥାନ ଆହୁରୀ ଅଧିକ ହ୍ରାସ ପାଇବ ବୋଲି କୁହାଯାଉଛି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *