Sunday , June 20 2021
Home / ବିଶେଷ / ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ଶିବିର ଉଦଯାପିତ

ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ଶିବିର ଉଦଯାପିତ

ନିରାକାରପୁର, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ସ୍ଥାନୀୟ ରାମେଶ୍ୱର ଗାଁ ଭାଇନା କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାଶିଳ୍ପ କେନ୍ଦ୍ର ଭୂବନେଶ୍ୱର ଏବଂ ଓଡିଶା ସରକାରଙ୍କ ଅଣୁ କ୍ଷୁଦ୍ର ମାଧ୍ୟମ ଶିଳ୍ପଦ୍ୟୋଗ ବିଭାଗ ସହାୟାତାରେ ଏକ ୧୨ଦିନିଆ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଟାଙ୍ଗି ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଶୁସାନ୍ତ ଚନ୍ଦ୍ର ବଡୁଙ୍କ ସଭାପତିତ୍ୱରେ ଆୟୋଜିତ ଉଜ୍ଜାପନ ଉତ୍ସବରେ ପ୍ରଶିକ୍ଷକ ଶୁସାନ୍ତ କୁମାର ମିଶ୍ର,ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସ୍ୱେଚ୍ଛାସେବୀ ଦାଶରଥି ଶ୍ରୀଚନ୍ଦନ,ପ୍ରଶିକ୍ଷିିକା ମିନାକ୍ଷି ପାଢୀ ଅତିଥି ଭାବେ ଯୋଗଦେଇ ଯୋଗଦେଇଥିବା ଯୁବଉଦ୍ୟେଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଶିକ୍ଷଣ ଗ୍ରହଣ କରି ନିଜେ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱାବଲମ୍ବି ହେବା ସହିତ ପରିବାର ପାଇଁ ତଥା ଗ୍ରାମ ପାଇଁ ଏକ ଆଦର୍ଶ ହୋଇପାରିବ ବୋଲି ଅତିଥି ଗନ ମତବ୍ୟକ୍ତ କରିଥିଲେ ।ଦୀର୍ଘ ୧୨ଦିନ ପ୍ରଶିକ୍ଷଣ ସମୟରେ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଟାନର କର୍ମକର୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦ୍ୟାନ କୃଷି,କୃଷି,ଶିଳ୍ପ ଅଧିକାରୀ ପ୍ରମୁଖ ଯୋଗଦେଇ ଉଦ୍ୟୋଗ ପ୍ରତିଷ୍ଠାର ବିଭିନ୍ନ ସୋପାନ ଉପରେ ଆଲୋକପାତ କରିଥିଲେ । ଶେଷ ଦିନ ସମସ୍ତ ପ୍ରଶିକ୍ଷାର୍ଥୀ ଗୋଳବାଇ ଗ୍ରାମରେ ଥିବା ତନ୍ତରେ ନିର୍ମିତ ଗାମୁଛା, ବାନ୍ଧ,ସାଢି ଲୁଗା ଅଦି ବୁଣାଯାଉଥିବା ପରିଦର୍ଶନରେ ଯାଇଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *