Sunday , August 1 2021
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ

 କଟକ, ୨୭/୦୫/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଲକଡାଉନ,ସଟଡାଉନ,ସାମୁଦ୍ରିକ ବାତ୍ୟା ୟଶ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା  ଅରିଲୋ,ରାମକମାରପୁର ଆଦି କଟକ ସଦର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ,ଭିନ୍ନକ୍ଷମ ଲୋକ,ରାସ୍ତା କଡରେ ଥିବା ଅସହାୟ  ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।  ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଜ୍ୟୋତିପ୍ରକାଶ ପଣ୍ଡା,ଅନନ୍ତ ନାଥ,ସତ୍ୟବ୍ରତ ରାଉତ,ଶଙ୍କର୍ଷଣ ଦାସ,ମନୋଜ ଭୋଇ,ସ୍ବରୂପ ସୁମନ ଦାସ,ବିମଳ କୁମାର ପଣ୍ଡା,ଲଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ବାତ୍ୟା, ବର୍ଷାକୁ ଖାତିର ନକରି ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ । ଏହି ସେଵାକାର୍ଯ୍ୟ ବିଭିନ୍ନ ସ୍ଥାନରେ ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *