Wednesday , June 23 2021
Breaking News
Home / ବିଶେଷ / ଉତ୍କଳ ଦିବସ ଅବସରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ରେଡକ୍ରସ ପୁରସ୍କାର ପ୍ରଦାନ

ଉତ୍କଳ ଦିବସ ଅବସରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ରେଡକ୍ରସ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୦୨/୦୪/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ଉତ୍କଳ ଦିବସ ଅବସରରେ ସ୍ଥାନୀୟ ଜୟଦେଦ ଭବନଠାରେ ଏକ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଏହି ଉତ୍ସବରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସିଟିଏମ୍. ସୁଗୁଣାଙ୍କ ତତ୍ୱାବଧାନରେ ସୁଶ୍ରୀ ପ୍ରଣତି ସ୍ୱାଇଁ ଓ ରାଜେନ୍ଦ୍ର କୁମାର ଜେନା – ଶାରୀରିକ ଦିବ୍ୟାଙ୍ଗ, ମାନସ କୁମାର ସାମାଲ, ସାଗରକାନ୍ତ ସେନାପତି – ବାକ୍ ଓ ଶ୍ରବଣଶକ୍ତି ରହିତ, ସନ୍ତୋଷ କୁମାର ମହାରଣା ଓ ରଘୁନାଥ ବାରିକ – ଦୃଷ୍ଟିଶକ୍ତି ବିହୀନ ଏବଂ ମିସ୍ ମିନା ରାଓ ଓ ମିସ୍ ଅନୁପମା ବେହେରା- ମାନସିକ ଅନଗ୍ରସର, ପ୍ରତ୍ୟେକ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ  ସମ୍ମାନିତ କରାଯାଇଥିଲା । ଓଡିଶାର ମାନ୍ୟବର ବାଚସ୍ପତି ସୁର୍ଯ୍ୟ  ନାରାୟଣ ପାତ୍ର ଦେଶ ଓ ରାଜ୍ୟ ପାଇଁ ଗୈାରବ ଆଣିଥିବା ଏହି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏକ ମାନପତ୍ର ସହ ଟ୨୫,୦୦୦/- ଟଙ୍କାର ଚେକ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏହି ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କର ଉଦ୍ୟମ ପାଇଁ ପୁରସ୍କୃତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି  । ଏତଦ୍ ବ୍ୟତୀତ ଏହି ସଭାରେ ବିଭିନ୍ନ ବର୍ଗର ଅତିଥିମାନେ ଉପସ୍ଥିତ ରହି, ଏହି ଦିବ୍ୟାଙ୍ଗମାନଙ୍କୁ  ଦେଶ ଓ ରାଜ୍ୟ ପାଇଁ ସେମାନଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ  । ଏହି ସମ୍ମାନିତ କାର୍ଯ୍ୟକ୍ରମକୁ  ରେଡକ୍ରସର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ  ସ୍ୱାଇଁ, ଗୌରୀମଣୀ ବିଶ୍ୱାଳ, ଚନ୍ଦନ କୁମାର ସ୍ୱାଇଁ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *