Friday , June 25 2021
Breaking News
Home / ବିଶେଷ / ଉତ୍କଳମଣି ଗୋପବନ୍ଧୁ ସମାଜ ସେଵା ଗୋଷ୍ଠୀକେନ୍ଦ୍ରର ୯ତମ ପ୍ରତିଷ୍ଠା ଦିବସ

ଉତ୍କଳମଣି ଗୋପବନ୍ଧୁ ସମାଜ ସେଵା ଗୋଷ୍ଠୀକେନ୍ଦ୍ରର ୯ତମ ପ୍ରତିଷ୍ଠା ଦିବସ

କଟକ, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ଅୟତପୁର ପଂଚାୟତର ଦାମୋଦରପୁର-୨ ଉତ୍କଳମଣି ଗୋପବନ୍ଧୁ ସମାଜସେଵା ଗୋଷ୍ଠୀକେନ୍ଦ୍ରର ୯ତମ ପ୍ରତିଷ୍ଠା ଦିବସ ଓ ଡ଼ଃ.ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ସ୍ଥାନୀୟ ଦାମୋଦରପୁର-୨ ମୁସଲିମ ସାହିରେ ପତିତପାବନ ନାୟକଙ୍କ ସଭାପତିତ୍ୱରେ ଅମର ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପାର୍ଥନା କରାଯିବାସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାରତୀୟ ମଜଦୁରସଂଘର ରାଜ୍ୟ ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ,ମୁଖ୍ୟବକ୍ତା ଓଡ଼ିଶା ମଟର ଚାଳକ ସଂଙ୍ଘର ରାଜ୍ୟ ଉପସଭାପତି ସୁଭନାରାୟନ ଆଚାର୍ୟ୍ୟ, ସମ୍ମାନନୀତ ଅତିଥି ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ଓଡ଼ିଶା ମଟର ଚାଳକ ସଙ୍ଂଘ ସମ୍ପାଦକ ଅର୍ଜ୍ଜୁନ ବେହେରା,ଯୁବସମାଜସେବୀ ପ୍ରଦୀପ୍ତ ମହାଳୀ, ଆଡଭୋକେଟ ଅଜୟ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ । ଗୋଷ୍ଠୀକେନ୍ଦ୍ର ପକ୍ଷରୁ ଉପଦେଷ୍ଟା ଦିଲ୍ଲୀପ ଦତ୍ତ, ଜଗନ୍ନାଥ ଦାସ, ନାରାୟଣ ଦାସ, ବିନାୟକ ବେହେରା, ସେକ ସୁରଜ ଅଲ୍ଲୀ,ଅବୁସ୍ୱାଲେର ସାରୁଖ ଖାଁ, ସଲିମ ଖାଁ, ଅଜହର ଖାଁ, ୟାକୁବ ଖାଁ, ସରାଉଦିନ ଖାଁ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତଥିଲେ । ସମ୍ପାଦକ ମହମ୍ମଦ ଓସିଉଲ୍ଲା ଧନ୍ୟବାଦ ଅର୍ପଣ କରିବାସହ ଗୋଷ୍ଠୀକେନ୍ଦ୍ର ନିମନ୍ତେ ନୂତନ ସଭ୍ୟ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *