Sunday , August 1 2021
Breaking News
Home / ବିଶେଷ / ଉତ୍କକ ବିକାଶ ପରିଷଦ ପକ୍ଷରୁ ଆୟତପୁର ପଂଚାୟତରେ ବିଶୋଧନ ସାମଗ୍ରୀ ସିଞ୍ଚନ

ଉତ୍କକ ବିକାଶ ପରିଷଦ ପକ୍ଷରୁ ଆୟତପୁର ପଂଚାୟତରେ ବିଶୋଧନ ସାମଗ୍ରୀ ସିଞ୍ଚନ

 କଟକ, ୨୪/୦୫/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ  ସଦର ଉପକଣ୍ଠ ଆୟତପୁର ପଂଚାୟତର ସ୍ଥାନୀୟ ବଜାର,ଗ୍ରାମ,ଶ୍ରୀ ଶ୍ରୀ ନଗେଶ୍ୱରନାଥ ମନ୍ଦିର, ଦାମୋଦରପୁର-୨ ଅଞ୍ଚଳ,ଜନଗହଳିପୂର୍ଣ ସ୍ଥାନ,ବିଭିନ୍ନ ଦୋକାନ,ପଂଚାୟତ କାର୍ଯ୍ୟାଳୟ,ଅଙ୍ଗନୱାଡି କେନ୍ଦ୍ର ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ,ସଚେତନତା ପ୍ରଚାର ପତ୍ର,ନୋଜମାସ୍କ ବଣ୍ଟନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଯୁବସମାଜସେବୀ ସଞ୍ଜୟ ସାହୁ,ବଳରାମ ନାୟକ,ଅକ୍ଷୟ ଦାସ୍,ସଞ୍ଜୟ ସେଠୀ,ସୁସାନ୍ତ ସେଠୀ,ବିଜନ ଦେହୂରୀ,ଲିପୂନ୍ ବେହେରା,ଜଗନ୍ନାଥ ସ୍ବାଇଁ,ଦୀପକ ସେଠୀ,ତ୍ରିନାଥ ସେଠୀ,ପ୍ରସାନ୍ତ ନାୟକ,ଅସିତ୍ ଶୁକ୍ଳା,ମନୋରୋଞ୍ଜନ ସେଠୀ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ବିଶୋଧନକାର୍ଯ୍ୟକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବାସହ ନିରନ୍ତର ସେଵା ଯୋଗାଇ ଦେବାକୁ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *