Friday , June 18 2021
Breaking News
Home / ଶିକ୍ଷା / ଉଜ୍ୱଳ ଓ ଉତ୍ଥାନ ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

ଉଜ୍ୱଳ ଓ ଉତ୍ଥାନ ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

ରଘୁନାଥପୁର, ୨୮/୦୬/୨୦୧୯ (ଓଡ଼ିଶା ସମାଚାର)-ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଉଜ୍ୱଳ ଓ ଉତ୍ଥାନ ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ବୈଠକ  ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ତାରପୁର ପଂଚାୟତ  ଗୋକଳପୁରସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟର ପଂଚମ ରୁ ୧୦ ମ ପର୍ଯ୍ୟନ୍ତ  ଅଭିଭାବକଙ୍କୁ ନେଇ ଏକ ବୈଠକ  ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ସର୍ବେଶ୍ୱର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ  ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ  ସର୍ବଶିକ୍ଷା ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଚାଲିଥିବା ଏହି ୪୦ ଦିନିଆ ଶିକ୍ଷା ଯୋଜନା  ଓ ଏହାର ଉପକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା ।  ଛାତ୍ର ଛାତ୍ରୀମାନେ ଦୈନିକ ବିଦ୍ୟାଳୟକୁ ଆସିବା , ଘରେ ଅଭିଭାବକମାନେ  ସେମାନଙ୍କ ଶିକ୍ଷା ପ୍ରତ୍ି ଯତ୍ନନେବା ପାଇଁ ପରାମର୍ଶ ଦିଆଯାଇଥିଲା । ଉପସ୍ଥିତ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ଶିକ୍ଷା ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।  ଏହାଛଡ଼ା ବିଦ୍ୟାଳୟର ଭିତିଭୂମି , ବର୍ଷ ଋତୁରେ ସ୍ୱାସ୍ଥ୍ୟ ସଚେତନତା, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ଓ ଶିକ୍ଷା ସଚେତନତାକୁ  ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *