Wednesday , June 16 2021
Breaking News
Home / ବିଶେଷ / ଇମାମବଡାର ଯୁଥ୍ ବ୍ଲଡ କନେକ୍ଟ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ଇମାମବଡାର ଯୁଥ୍ ବ୍ଲଡ କନେକ୍ଟ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦ୍ରାପଡା, ୦୫/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଇମାମବଡାର କୁ୍ୟରେସି ମହଲା ସ୍ଥିତ କ୍ଲବ ଟାଉନ ପରିସରରେ “ଯୁଥ୍ ବ୍ଲଡ କନେକ୍ଟ ଅରଗାନାଇଜେସନ” ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ କେଜିଏନ କମିଟି ସଭାପତି ସେକ ସାବିର ହୋସେନ ଓ ଜିଲ୍ଲା ବିଜେଡି ସଂଖ୍ୟାଲାଘୁ ସେଲର ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ଅତିଥି ଭାବେ ଯୋଗଦେଇ  ମିଳିତ ଭାବେ ଉଦ୍ଘାଟନ କରିବା ସହ ରକ୍ତଦାନ ଏକ ମହତ ଦାନ ବୋଲି ବକ୍ତବ୍ୟ ରଖିଥିଲେ  । ସମାଜରେ ରକ୍ତଦାନ ଭଳି ଆଉ କିଛି ମହତ କାର୍ଯ୍ୟ ନାହିଁ । ତେଣୁ ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଅସୁସ୍ଥ  ବ୍ୟକ୍ତିଙ୍କ ପାଇଁ ରକ୍ତଦାନ ତଥା ଜୀବନ ଦାନ କରିବା ଉଚିତ ବୋଲି ଅତିଥରମାନେ ମତବ୍ୟକ୍ତ କରିଥିଲେ । ଏହି  ରକ୍ତଦାନ ଶିବିରରେ ସେକ ରସନ, ମୁନାବାବୁ, ଏମଡି ଆସିଫ ଅନୱାର,  ସୟଦ ମୁମତାଜ ଅଲ୍ଲୀ, ସେକ କବିରୁଦ୍ଧିନ, ରାଜାବାବୁ  ପ୍ରମୁଖ ଯୋଗଦେଇ  ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *