Sunday , June 20 2021
Home / ନିର୍ବାଚନ / ଇଭିଏମ୍ ବଦଳ ଅଭିଯୋଗରେ ପୁଲିଂ କର୍ମଚାରୀଙ୍କୁ ଆକ୍ରମଣ

ଇଭିଏମ୍ ବଦଳ ଅଭିଯୋଗରେ ପୁଲିଂ କର୍ମଚାରୀଙ୍କୁ ଆକ୍ରମଣ

 କେନ୍ଦ୍ରାପଡା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ପାଟକୁରା ଭୋଟିଂ ପରେ ଉତେଜନା । କେନ୍ଦ୍ରାପଡ଼ା କଲେଜପରିସରରେ ଥିବା ଇଭିଏମ୍ ଷ୍ଟ୍ରଂଗ ରୁମ୍ ନିକଟରେ ଇଭିଏମ୍ ବଦଳକୁ ନେଇ ଶନିବାର ରାତିରେ ଉତେଜନା ପ୍ରକାଶପାଇଥିଲା । ଏହାକୁ କେନ୍ଦ୍ର କରି ବିଜେପି ସମର୍ଥକମାନେ ଜନୈକ ପୁଲିଂ ଅଧିକାରୀ ବିଚିତ୍ର କୁମାର ଦାସଙ୍କୁ ଆକ୍ରମଣ କରିଥିଲେ । ପ୍ରକାଶ ଯେ, ଶନିବାର ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ପଡ଼ିଥିଲା । କାଁ ଭାଁ କେତୋଟି ସ୍ଥାନରେ ଗଣ୍ଡଗୋଳକୁ ଛାଡ଼ିଦେଲେ ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ପୁଲିଂ କର୍ମଚାରୀମାନେ ଇଭିଏମ୍ ଗୁଡ଼ିକୁ ସୁରକ୍ଷାବଳଙ୍କ ସହାୟତାରେ କେନ୍ଦ୍ରାପଡ଼ା କଲେଜରେ ଥିବା ଇଭିଏମ୍ ଷ୍ଟ୍ରଙ୍ଗରୁମକୁ ଆଣି ଜିମା ଦେଇଥିଲେ । ତେବେ ବାଟରେ ଇଭିଏମ୍ ବଦଳାଯିବା ସମ୍ପର୍କରେ ବିଜେପି ପ୍ରାର୍ଥୀ ବିଜୟମହାପାତ୍ର ଅଭିଯୋଗ କରିଥିବାରୁ ତାଙ୍କ ସମର୍ଥକମାନେ ପୁଲିଂକର୍ମଚାରୀଙ୍କ ପିଛା କରି କେନ୍ଦ୍ରାପଡ଼ା କଲେଜ ପର୍ଯନ୍ତ ଆସିଥିଲେ । ସେଠାରେ ପାଟକୁରା ୨୯୪ ବୁଥ୍ର ପୁଲିଂ କର୍ମଚାରୀ ତଥା ରାଜକନିକାର ଶିକ୍ଷକ ଚିତରଞ୍ଜନ ସାହୁ ଗୋଟିଏ ଇଭିଏମ୍ର ବ୍ୟାଟେରୀ ଖୋଲୁଥିବା ବେଳେ ଉତ୍ୟକ୍ତ ବିଜେପି କର୍ମୀମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ତେବେ ଆକ୍ରମଣକାରୀଙ୍କ ଠାରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ଜିଲା୍ଲପାଳ ଓ ଏସ୍ପି ଗସ୍ତ କରିବା ସହିତ ପରିସ୍ଥିିତିର ସମୀକ୍ଷା କରିଥିିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *