Friday , June 18 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋ ଷ୍ଟେଟ୍ ବିଜିନେସିପ୍-୨୦୨୧ ସମ୍ମାନ

ଇଫକୋ ଷ୍ଟେଟ୍ ବିଜିନେସିପ୍-୨୦୨୧ ସମ୍ମାନ

ପାରାଦ୍ୱୀପ ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଇଫକୋ ପାରାଦ୍ୱୀପ ୟୁନିଟ୍ ପକ୍ଷରୁ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶ ଦିଗରେ ନିରନ୍ତର ଉଦ୍ୟମ ଓ ଅବଦାନ ପାଇଁ ‘ଷ୍ଟେଟ୍ ବିଜିନେସ୍ ଲିଡରସିପ-୨୦୨୧ ସମ୍ମାନରେ ସମ୍ମାନୀତ କରାଯାଇଛି । ଶୁକ୍ରବାର ଦିନ ଭୁବନେଶ୍ୱର ଠାରେ ଇଂଟରଭୁ୍ୟ ଟାଇମ୍ ମାଗାଜିନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇଫକୋ ପାରାଦ୍ୱୀପ ୟୁନିଟ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ ଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଥିଲେ । ସୂଚନାଥାଉକି, ମହାମାରୀ ସମୟରେ ଅନେକ କମ୍ପାନୀ ଓ କାରଖାନା ବନ୍ଦ ହୋଇଯାଇଥିଲା, ସେତେବେଳେ ଇଫକୋ ମୁଖ୍ୟ ଶ୍ରୀ ପଟେଲଙ୍କ ନେତୃତ୍ୱରେ ସମସ୍ତ କୋଭିଡ ନିୟମ ପାଳନ କରି ଇଫକୋ ରେକର୍ଡ ସାର ଉତ୍ପାଦନ କରିଥିଲା । ଯାହାଫଳରେ ଦୁର୍ଦ୍ଧିନ ସମୟରେ ଚାଷି ଙ୍କ ପାଖରେ ସାର ପହଂଚିପାରିଥିଲା । ଏହିପରି ଉକୃଷ୍ଟ ପ୍ରଦର୍ଶନ, ନେତୃତ୍ୱ ଓ ଦକ୍ଷତା ହେତୁ ଇଫକୋ ମୁଖ୍ୟ ଶ୍ରୀ ପଟେଲ ଏହି ପୁରସ୍କାର ପାଇଛନ୍ତି । ଯାହାକି ଅନ୍ୟ ଶିଳ୍ପ ଓ ବ୍ୟକ୍ତି ଙ୍କ ପାଇଁ ଆଦର୍ଶ ପାଲଟିଛି ।  ଉଲ୍ଲେଖଯୋଗ୍ୟ, ପୂର୍ବତନ ଓଡିଶା ତଥା କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଆସୁଅଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *