Sunday , June 20 2021
Home / ବ୍ୟବସାୟ ବାଣିଜ୍ୟ / ଇଫକୋ ଆଇଏଫଏଫଡ଼ିସି ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଇଫକୋ ଆଇଏଫଏଫଡ଼ିସି ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ମହାକାଳପଡ଼ା, ୨୩/୦୮/୨୦୧୯(ଓଡ଼ିଶା ସମାଚାର)- ଇଫକୋ ଆଇଏଫଏଫଡ଼ିସି ପକ୍ଷରୁ ଆଜି ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବାରଡ଼ାଙ୍ଗ ପଂଚାୟତ ର ନନ୍ତାର ଦଳିତ ସାହି ଗ୍ରାମରେ ଆଜି ସକାଳ ୧୦ ଟା ଠାରୁ ଏହି ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ନନ୍ତାର ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳର ଲୋକମାନେ ପହଂଚି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ସେମାନଙ୍କୁ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ଡ଼ାକ୍ତର ବିଷ୍ଣୁ ଚରଣ ପ୍ରଧାନ ଉପସ୍ଥିତ ରହି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ  ଦେଇଥିଲେ । ଇଣ୍ଡିଆନ ଫାର୍ମରସ ଫରେଷ୍ଟ୍ରି ଡ଼େଭଲପମେଂଟ କୋ ଅପରେଟିଭ (ଆଇଏଫଏଫଡ଼ିସି)ର ରାଜ୍ୟ ସଂଯୋଜକ ତନବିର ନାସିକ ଖାଁ ଉପସ୍ଥିତ ଥିବାବେଳେ ଆଇଏଫଏଫଡ଼ିସି ର କ୍ଷେତ୍ର ଅଧିକାରୀ ଗୀତାଂଜଳୀ ପାଇଟାଳ , ଅଜୟ କୁମାର ବଳବନ୍ତରାୟ ଶିବିର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବାରଡ଼ାଙ୍ଗ ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଉଛି – ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଲକଡାଉନ ଓ ସଟଡାଉନ ନିୟମ ଜିଲ୍ଲାରେ କଡାକଡି ଭାବେ ଅନୁପାଳନ କରାଯାଉଥିବାରୁ କୋଭିଡ …

Leave a Reply

Your email address will not be published. Required fields are marked *