Tuesday , June 15 2021
Breaking News
Home / ବିଶେଷ / ଇଫକୋ ଆଇଏଫଏଫଡ଼ିସି ପକ୍ଷରୁ ମାଛ ଯାଆଁଳ ବଂଟନ

ଇଫକୋ ଆଇଏଫଏଫଡ଼ିସି ପକ୍ଷରୁ ମାଛ ଯାଆଁଳ ବଂଟନ

ମହାକାଳପଡ଼ା, ୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଇଫକୋ ଆଇଏଫଏଫଡ଼ିସି ପକ୍ଷରୁ ଗତ ୨୬ ତାରିଖରେ ଇଣ୍ଡିଆନ ଫାର୍ମ ଫରେଷ୍ଟ୍ରି ଡ଼େଭଲପମେଂଟ କୋ ଅପରେଟିଭ ର ରାଜ୍ୟ ସଂଯୋଜକ ତନବିର ନାସିକ ଖାନ୍ ଙ୍କ ତତ୍ୱାବଧାନରେ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବାରଡ଼ାଙ୍ଗ ପଂଚାୟତର ନନ୍ତାର, ପାରେଶ୍ୱରପୁର ଓ ବଉଳକଣି ପଂଚାୟତର ଅରୁଣ ନଗର ଓ ବେତବେଲାରୀ ଗ୍ରାମରେ ମାଛ ଯାଆଁଳ ବଂଟନ କରାଯାଇଥିଲା । ଏଥିରେ ରୋହୀ, ଭାକୁଡ଼, ମିରିକାଳି ପ୍ରଭୃତି ୬୦ ହଜାର ମାଛ ଯାଆଁଳ ବଂଟନ କରାଯାଇଥିଲା ଓ ଏହାଦ୍ୱାରା ୭୦ ଗୋଟି ପରିବାର ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ଅଧିକାରୀ ଗୀତାଂଜଳୀ ପାଇଟାଳ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *