Tuesday , June 15 2021
Breaking News
Home / ସ୍ୱାସ୍ଥ୍ୟ / ଇନ୍ଦୁପୁର ଉଚ୍ଚ ପ୍ରାଥମିକ ସ୍କୁଲରେ  ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଇନ୍ଦୁପୁର ଉଚ୍ଚ ପ୍ରାଥମିକ ସ୍କୁଲରେ  ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ବିଡାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଇନ୍ଦୁପୁର  ତଥା ଆଖପାଖ ଗ୍ରାମ ଗୁଡିକର  ୭୨ଜଣ ଲୋକ ସେମାନଙ୍କ ଚକ୍ଷୁ ମାଗଣାରେ ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ  ୧୧ଜଣ ଚକ୍ଷୁ ଅସ୍ତ୍ରୋପ୍ରଚାର ପାଇଁ କଟକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ । ଏହି ଶିବିରକୁ ସରପଂଚ ରୀନା ମଲ୍ଲିକ,ସମିତିସଭ୍ୟ ସନ୍ତୋଷ ବେହେରା, ନାୟବ ସରପଂଚ ଅଜୟ କୁମାର ଜେନା, ପୂର୍ବତନ ସମିତିସଭ୍ୟ ପ୍ରଦୀପ୍ତ ସୁତାର, ଧୂମାତ ସରପଂଚ ନରହରି ପାଣି, ସମାଜସେବୀ ଶରତ ମଲ୍ଲିକ ଓ ପୂର୍ବତନ ଜିଲ୍ଲା ବିଜେଡି କୃଷକ ସେଲର ସଭାପତି ସୈାମେନ୍ଦ୍ର କୁମାର  ଦାସ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *