Thursday , June 17 2021
Breaking News
Home / ବିଶେଷ / ଇଉନିୟନ୍ ବ୍ୟାଙ୍କରୁ ୧୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଗାଏବ୍, ଥାନାରେ ଅଭିଯୋଗ

ଇଉନିୟନ୍ ବ୍ୟାଙ୍କରୁ ୧୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଗାଏବ୍, ଥାନାରେ ଅଭିଯୋଗ

ପାରାଦୀପ ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପଗଡ ଠାରେ ଥିବା ଗେଟ୍ ବଜାରସ୍ଥିତ ଇଉନିୟନ୍ ବ୍ୟାଙ୍କରୁ ୧୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଗାଏବ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଦୁଇ ତିନି ବର୍ଷ ହେବ ୧୪ଲକ୍ଷ ୮୬ହଜାର ୭୮୬ଟଙ୍କା ଗାଏବ୍ ହୋଇଥିବା ନୂତନ ଭାବେ ଯୋଗ ଦେଇଥିବା ଶାଖା ପରିଚାଳକ ଜାଣିବା ପରେ ଆଜି ସ୍ଥାନୀୟ ଲକ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ଲକ୍ ଥାନା ପୋଲିସ ୨୮/୨୧ନମ୍ବରରେ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ ଚଲାଇଛନ୍ତି ବୋଲି ଥାନାଧିକାରୀ ପ୍ରଭାସ ସାହୁ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *