Saturday , July 31 2021
Breaking News
Home / କୃଷି / ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳଧାନ ବିହନ ବଣ୍ଟନ

ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳଧାନ ବିହନ ବଣ୍ଟନ

କନ୍ଧମାଳ, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ବିଜ୍ଞାନ ଭିର୍ତ୍ତିକ ପ୍ରମାଣ ସିଦ୍ଧ ସ୍ୱାସ୍ଥ୍ୟରେ ହିତକ ଜନକ କଳଧାନ ଚାଉଳରେ ପୃଷ୍ଟି ସାର ଭରିରହିଥିବା ଯୋଗୁଁ ବର୍ତ୍ତମାନର କରୋନା କାଳରେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ‘ ଆୱାର୍ଡ ‘ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରି ଚଳିତ ଖରିଫ ଋତୁରେ ଏହି କଳା ଧାନ ଚାଷ ର ବହୁଳ ପ୍ରସାର ନିମନ୍ତେ ପ୍ରଥମ ଥର ନିମନ୍ତେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ତର୍ଗାବାଲି  ଅଞ୍ଚଳର ଚାଷୀମାନଙ୍କୁ ମାଗଣାରେ ଅନୁଷ୍ଠାନର କ୍ଷେତ୍ରୀୟ ପ୍ରକଳ୍ପ ଅଧିକାରୀ ଆନ୍ଦ୍ରିୟ ଦିଗାଲ ଙ୍କ ନେତୃତ୍ୱରେ  ଏହି କଳାଧାନ ବିହନ ବଣ୍ଟନ କରାଯାଇଛି । ଆୱାର୍ଡ ଅନୁଷ୍ଠାନର ଏଭଳି ନିଆରା ଉଦ୍ୟମକୁ ଜିଲ୍ଲାର ବହୁ ସମାଜସେବୀ ପ୍ରଶଂସା କରିବା ସହ ସ୍ୱାଗତ ଜଣାଇଛନ୍ତି । ଏହି ଚାଷର ସମ୍ପ୍ରସାରଣ କରିବା ପ୍ରୟାସକୁ କନ୍ଧମାଳ ଜିଲ୍ଲାର ଚାଷୀ ମାନଙ୍କ ନିମନ୍ତେ ଅଶେଷ ଲାଭ ତଥା ପ୍ରେରଣା ଆଣିଦେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି  । ଓଡିଶା ସମାଚାର

About admin

Check Also

କଟକରେ ଏସସି, ଏସଟି ଆକ୍ଟର କାର୍ଯ୍ୟକାରିତା ନେଇ ଦିନିକିଆ ଆଡଭୋକେଟ ପରାମର୍ଶ ବୈଠକ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଅନୁସୂଚିତ ବର୍ଗଙ୍କ ଉପରେ ନିର୍ଯ୍ୟାତନା ଘଟଣାବଢି  ଚାଲୁଥିବା    ପରିପ୍ରେକ୍ଷୀରେ  ଏସସି,ଏସଟି  (ନିର୍ଯ୍ୟାତନା  ନିବାରଣ)  ଆଇନର କାର୍ଯ୍ୟକାରିତା  …

Leave a Reply

Your email address will not be published. Required fields are marked *