Monday , June 14 2021
Breaking News
Home / ତାଜା ଖବର / ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ  ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ   

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ  ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ   

କଟକ,୨୬/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସ୍ପେଶାଲ ଜଜ ଭିଜିଲାନ୍ସ କୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ କାର୍ଯ୍ୟାଳୟ , ଏହି ବ୍ଲକ୍ ଅନ୍ତର୍ଗତ ତାରପୁର ପଂଚାୟତ ହରିଶପୁରସ୍ଥିତ ତାଙ୍କ ଶ୍ୱଶୁର ଘର. ଜଗତସିଂହପୁର, ଓ କୁଜଙ୍ଗ ଥାନା ଅନ୍ତର୍ଗତ ବଡ଼ ବାଲିକଣି ହଂସୁରା ଏହିପରି ଏକ ସଙ୍ଗେ ୪ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । କଟକ ଭିଜିଲାନ୍ସ ଏସପିଙ୍କ ପକ୍ଷରୁ ଢ଼େଙ୍କାନାଳ ଡ଼ିଭିଜନ୍ ଡ଼ିଏସପି ପିକେ ସିହ୍ନା ଓ ଆଇଆଇସି ପ୍ରସନ୍ନ ସାହୁଙ୍କ ସହ ୬ ଜଣିଆ ଟିମ୍ ଆଜି ଭୋର ୬ ଟାରୁ ସାମନ୍ତରାୟଙ୍କ ଶ୍ୱଶୁର ଘରେ ଚଢ଼ାଉ କରିଥିଲେ ।  ସେହିପରି ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟରେ ଅନୁଗୁଳ ଡ଼ିଭିଜନ୍ ଡ଼ିଏସପି ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଡ଼ରେଜ ଖୋଲି ବିଭିନ୍ନ କାଗଜପତ୍ର ଯାଂଚ କରିଥିଲେ । ନିକଟରେ ଥିବା କେତେକ ଜାତୀୟକରଣ ବ୍ୟାଙ୍କକୁ ଯାଇ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଆଲୋଚନା କରିଥିଲେ । କଟକ ଡ଼ିଏସପି ଡ଼ିଏନ ଦାଶ ଉପସ୍ଥିତ ଥିଲେ ।  ଗଲାବେଳେ ଡ଼ିଏସପି ଶ୍ରୀ ପ୍ରଧାନ ବ୍ଲକ୍ କାର୍ଯ୍ୟାଳୟରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାମନ୍ତରାୟଙ୍କ ସର୍ଭିସବୁକ୍ ର ଜେରକ୍ସ  ଓ ତାଙ୍କ ପର୍ସନାଲ ଫାଇଲ ନେଇଯାଇଛନ୍ତି । ରାଜ ମସଲା ନାମରେ ଏକ ମସଲା କମ୍ପାନୀ ଯନ୍ତ୍ରୀ ସାମନ୍ତରାୟଙ୍କ ପତ୍ନୀଙ୍କ ତତ୍ୱାବଧାନରେ ଜଗତସିଂହପୁର ଠାରେ ଚାଲୁଅଛି । ସୂଚନାଯୋଗ୍ୟ ଯେ ଆଜି ଭିଜିଲଊାନ୍ସ ପକ୍ଷରୁ ଏକ ସଙ୍ଗେ କୁଜଙ୍ଗ ଥାନା ଅନ୍ତର୍ଗତ ବଡ଼ବାଲିକଣି ହଂସୁରାସ୍ଥିତ ପୈତୃକ ଘର, ଜଗତସିଂହପୁର ବାସ ଭବନ , ହରିଶପୁର ସ୍ଥିତ ଶ୍ୱଶୁର ଘର ଓ ବ୍ଲକ୍ କାର୍ଯ୍ୟାଳୟ ଏପରି ୪ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ।  ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ ଚଢ଼ାଉ ସମୟରେ ଶ୍ରୀ ସାମନ୍ତରାୟଙ୍କ ମୋଟ ୧ କୋଟି ୩୩ ଲକ୍ଷ ୨୦ ହଜାର ୯୩୯ ଟଙ୍କାର ସମ୍ପତି ଆକଳନ କରାଯାଇଛି । ସମ୍ପତି ମାନଙ୍କ ମଧ୍ୟରେ ୨ ଟି ନ ତାଲା କୋଠା, ଗୋଟିଏ ଏକ ମହଲା କୋଠା, ଗୋଟିଏ ଦୋକାନ ଘର,ଗୋଟିଏ ହୁଣ୍ଡାଇ ଭର୍ନା କାର, ଗୋଟିଏ ଟାଟା ଇଣ୍ଡିକା କାର,୨ଟି ମହେନ୍ଦ୍ର ଆଣ୍ଡ ମହେନ୍ଦ୍ର ମାକ୍ସିମା ପିକଅପ୍ ଭ୍ୟାନ୍, ଗୋଟିଏ ଅଟୋ,୨ ଟି ମୋଟର ସାଇକେଲ, ମସଲା କାରଖାନାର ମେସିନାରୀ ଓ ଷ୍ଟକ୍ , ବିଭିନ୍ନ ବ୍ୟାଙ୍କ ଡ଼ିପୋଜିଟ , ସୁନା ଗହଣା ଓ ଘର କରଣା ଉପକରଣ ଅନ୍ତର୍ଭୁକ୍ତ ।

ଜଗତସିଂହପୁର ଖେରସ ଠାରେ ଥିବା ୨ ଟି ୩ ତାଲା କୋଠା ୬୮ ଲକ୍ଷ ୨୪ ହଜାର ୫୪୫ ଟଙ୍କା,ଜଗତସିଂହପୁର ଖେରସ ଠାରେ ଥିବା ଏକ ୧ ମହଲା କୋଠା ୧୨ ଲକ୍ଷ ୩୮ ହଜାର ୨୧୨ ଟଙ୍କା,କଟକ ସିଡ଼ିଏ ମାର୍କେଟ କମ୍ପେ୍ଲକ୍ସ ରେ ଏକ ଦୋକାନ ଘର ୧ ଲକ୍ଷ ୩୦ ହଜାର ଟଙ୍କା,ଗୋଟିଏ ହୁଣ୍ଡାଇ ଭର୍ଣ୍ଣ କାର ୧୧ ଲକ୍ଷ ୬ ହଜାର ୩୬୨ ଟଙ୍କା,୨ ଟି ମହେନ୍ଦ୍ର ଆଣ୍ଡ ମହେନ୍ଦ୍ର ପିକଅପ୍ ଭ୍ୟାନ୍ ୬ ଲକ୍ଷ ୮୦ ହଜାର ଟଙ୍କା, ଗୋଟିଏ ଟାଟା ଇଣ୍ଡିକା କାର ୩ ଲକ୍ଷ ୮୦ ହଜାର ଟଙ୍କା , ଗୋଟିଏ ଅଟୋ  ୧ ଲକ୍ଷ ୧୦ ହଜାର ଟଙ୍କା,୨ ଟି ମୋଟରସାଇକେଲ (ସ୍ପେଣ୍ଡର ଓ ଗ୍ଲାମର ) ୧ ଲକ୍ଷ ଟଙ୍କା,ମସଲା କାରଖାନା ମେସିନାରୀ ଓ ଷ୍ଟକ୍ ୨୦ ଲକ୍ଷ ଟଙ୍କା , ବିଭିନ୍ନ ବ୍ୟାଙ୍କ ଜମା ୪୩ ହଜାର ୭୨୦ ଟଙ୍କା ,ସୁନା ଅଳଙ୍କାର ୨ ଲକ୍ଷ ୨୬ ହଜାର ଟଙ୍କା,ନଗଦ ୧୨ ହଜାର ୧୮୦ ଟଙ୍କା ଓ ଘର କରଣା ବସ୍ତୁ ୪ ଲକ୍ଷ ୬୯ ହଜାର ୯୨୦ ଟଙ୍କା ଏହିପରି ମୋଟ ସମ୍ପତିର ମୁଲ୍ୟ ୧ କୋଟି ୩୩ ଲକ୍ଷ ୨୦ ହଜାର ୯୩୯ ଟଙ୍କା ଆକଳନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *