Tuesday , June 15 2021
Breaking News
Home / ବିଶେଷ / ଆୟକର ଠକିବାକୁ ନୂଆ ତରିକା : କୋଠି ନଥିବା ଲୋକଙ୍କୁ କୋଟିପତି ମାନେ ଆୟକର ଠକିବାରେ ବ୍ୟବହାର କରୁଛନ୍ତି

ଆୟକର ଠକିବାକୁ ନୂଆ ତରିକା : କୋଠି ନଥିବା ଲୋକଙ୍କୁ କୋଟିପତି ମାନେ ଆୟକର ଠକିବାରେ ବ୍ୟବହାର କରୁଛନ୍ତି

ସାଲେପୁର, ୨୧/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : କଥାରେ ଅଛି ପୋଲିସ୍ ଡ଼ାଳେ ଡ଼ାଳେ ଗଲେ ଚୋର ପତ୍ରେ ପତ୍ରେ ଯାଏ । ମାତ୍ର ବର୍ତମାନ ରାଜ୍ୟରେ ପ୍ରଶାସନକୁ ଠକିବା ପାଇଁ ଠକମାନେ ବିଭିନ୍ନ ଫଣ୍ଡାକୁ ଆପଣେଇ ନିରୀହ ଲୋକଙ୍କୁ ଆୟୁଦ୍ଧ କରି ନେଟୱାର୍କ ଜାରି ରଖିଛନ୍ତି । ଠକଙ୍କ ଦ୍ୱାରା ସାଲେପୁର ଥାନା ଅଧିନ ବୋଦାମୁଣ୍ଡାଇ ଗ୍ରାମର ଏକ ଗରୀବ ଦମ୍ପତି ଆୟକର ଜାଲରେ ଛନ୍ଦି ହୋଇପଡ଼ିଛନ୍ତି । ଅଭିଯୋଗରୁ ପ୍ରକାଶ ବାରିଗୋଳ ପଂଚାୟତ ବୋଦାମୁଣ୍ଡାଇ ଗ୍ରାମର ଦେବେନ୍ଦ୍ର ରାଉତ ଓ ତାଙ୍କ ପତ୍ନି ସସ୍ମିତା ୨୦୧୬ ମସିହାରେ ପରିବାର ଚଳାଇବା ପାଇଁ କଟକର ପୁରୀଘାଟ ବଙ୍ଗାଳୀ ସାହିରେ ରହୁଥିଲେ । ଦେବେନ୍ଦ୍ର ରଙ୍ଗକାମ କରିବା ସହ ଅନ୍ୟ ଛୋଟମୋଟ କାମ କରି ଚଳୁଥିଲେ । ସେ ସମୟରେ ଜନୈକା ମହିଳା ଏମାନଙ୍କ ଘରକୁ ଆସି ବନ୍ଧୁତ୍ୱ ଭାବ ସୃଷ୍ଟି କରି ସାହାଯ୍ୟର ହାତ ବଢ଼ାଇ ସସ୍ମିତାକୁ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ । ଅଜଣା ମହିଳାଙ୍କ ପ୍ରଲୋଭନକୁ ଏହି ଦମ୍ପତି ବିଶ୍ୱାସ କରି ଚାକିରୀ କରିବା ପାଇଁ ତାଙ୍କ ସହିତ ଭୁବନେଶ୍ୱର ବାଣୀବିହାରରେ ଥିବା ଏକ ଚାଟାର୍ଡ଼ ଆକାଉଂଟଟାଂଟ ଫାର୍ମକୁ ଯାଇଥିଲେ । ସେଠାରେ ଫାର୍ମର ଅଧିକାରୀଙ୍କ କଥାରେ ଉଭୟ ଫଟୋ ଉଠାଇବା ସହ ନିଜର ଫଟୋ ପରିଚୟପତ୍ର ଦେଇଥିଲେ । ସେଠାରେ ଦେବେନ୍ଦ୍ର ଓ ସସ୍ମିତାଙ୍କର ପ୍ୟାନ୍ କାର୍ଡ଼ ତିଆରି ହେବା ସହ ମହତାବ ରୋଡ଼ରେ ଥିବା ସେଂଟ୍ରାଲ ବ୍ୟାଙ୍କ୍ ଶାଖାରେ ଦେବେନ୍ଦ୍ର ଓ ସସ୍ମିତାଙ୍କ ନାମରେ ୨ଟି ଆକାଉ ଖୋଲାଯାଇଥିଲା ବୋଲି ଏହି ଦମ୍ପତି ପ୍ରକାଶ କରିଛନ୍ତି । ମାତ୍ର ସେଠାରେ ଚାକିରୀ ନମିଳିବାରୁ ଫାର୍ମର ମାଲିକ ଏମାନଙ୍କୁ ୧୦ହଜାର ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି । ଏମାନଙ୍କ ସରଳତାର ସୁଯୋଗ ନେଇ ଏହି ଦୁଇ ଜଣଙ୍କ ନାମରେ ବ୍ୟାଙ୍କରେ ଖୋଲାଯାଇଥିବା ପାସ୍ ବୁକରେ ଦେବେନ୍ଦ୍ରଙ୍କ ଆକାଉଂଟରେ ୨କୋଟି ୮୭ଲକ୍ଷ ଟଙ୍କା ଓ ସସ୍ମିତାଙ୍କ ଆକାଉରେ ୧କୋଟି ୫୬ଲକ୍ଷ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି । ଆୟକର ବିଭାଗ ପକ୍ଷରୁ ୪ଥର ନୋଟିସ୍ ହେବା ପରେ ଘଟଣାର ପରଦାଫାଶ ହୋଇଛି । ଆୟକର ଠକିବା ପାଇଁ ଏଭଳି ହୋଇଥିବା ଜଣାପଡ଼ିଛି । ବିଚରା ଏହି ଦମ୍ପତିଙ୍କର ସରଳାତାର ସୁଯୋଗ ନେଇ ପ୍ରଲୋଭନର ପ୍ରତିଶ୍ରୃତି ଦେଇ ଏଭଳି ଘଟଣା ଘଟିଛି । କୋଟିପତିମାନେ ଆୟକର ଠକିବା ପାଇଁ କୋଠି ନଥିବା ଲୋକଙ୍କୁ ବ୍ୟବହାର କରୁଥିବା ଏହି ଘଟଣାରୁ ଠୋସ୍ ପ୍ରମାଣ ମିଳୁଛି । ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଏହିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୋଲିସ୍ ପ୍ରଶାସନ ନିକଟରେ କଟକ ଜିଲ୍ଲା ଜନସ୍ୱାଧିକାର ମଂଚ ପକ୍ଷରୁ ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *