Monday , June 21 2021
Breaking News
Home / ବିଶେଷ / ଆହ୍ଲାବାଦ୍ ଅଭିମୁଖେ ଯିବ ସ୍ୱତନ୍ତ୍ର ଟ୍ରେନ୍

ଆହ୍ଲାବାଦ୍ ଅଭିମୁଖେ ଯିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,୧୨/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟରେ କ୍ରମାଗତ ଭାବେ ଦେଖାଦେଉଥିବା ଗହଳିକୁ ଆଖି ଆଗରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱରରୁ ଆହ୍ଲାବାଦକୁ ଏକ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି । ସାଧାରଣ ଭାବେ ଶୀତଋତୁରେ ଯାତ୍ରୀଙ୍କ ଗହଳି ଅଧିକ ହେଉଥିବା ହେତୁ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ ଏହି ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟଣା ଓ ଭୁବନେଶ୍ୱର ଦେଇ ଆହ୍ଲାବାଦ ଅଭିମୁଖେ ଯାତ୍ରା କରିବ । ବିଶାଖାପାଟଣା ସୁବେଦରଗଞ୍ଜ – ଭୁବନେଶ୍ୱର ମଧ୍ୟରେ ଯାତ୍ରା କରିବାକୁ ଥିବା ଏହି ଟ୍ରେନ୍ରେ ସାଧାରଣ ଟ୍ରେନ୍ ଠାରୁ ଅଧିକ ବଗି ସଂଯୋଗ କରାଯିବ । ଏହା ବିଶାଖାପାଟଣାରୁ ଅକ୍ଟୋବର ୮ରୁ ନଭେମ୍ବର ୧୯ ମଧ୍ୟରେ ପ୍ରତି ମଙ୍ଗଳବାର ରାତି ୧୧ଟା ୫୦ରେ ଯାତ୍ରା ଆରମ୍ଭ କରିବ । ସେହିଭଳି ଅକ୍ଟୋବର ୧୦ରୁ ନଭେମ୍ବର ୨୧ ମଧ୍ୟରେ ସୁବେଦରଗଞ୍ଜଠାରୁ ପ୍ରତି ଶୁକ୍ରବାର ଯାତ୍ରା କରିବ । ଟ୍ରେନ୍ରେ ଗୋଟିଏ ଏସି -୨ ଟାୟାର, ୩ଟି ଏସି-୩ ଟାୟାର, ୭ଟି ସ୍ଲିପର୍ କ୍ଲାସ୍, ୩ଟି ସେକେଣ୍ଡ କ୍ଲାସ୍ ସିଟିଂ ଓ ୨ଟି ଲଗେଜ୍ ଭ୍ୟାନ୍ ରହିଛି । ଏହି ଟ୍ରେନ୍ ବିଜୟନଗରମ୍, ଶ୍ରୀକାକୁଲମ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ, ଭଦ୍ରକ, ବାଲେଶ୍ୱର, ହିଜ୍ଲି, ମେଦୀନପୁର, ବାଙ୍କୁରା, ଆଦ୍ରା, ଗୋମୋହ, କୋଦେରମା, ଗୟା, ସସରମ, ଦୀନଦୟାଲ ଉପାଧ୍ୟାୟ ଷ୍ଟେସନ୍, ମିର୍ଜାପୁର ଦେଇ ଆହ୍ଲାବାଦ୍ ଯାତ୍ରା କରିବ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *